ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ ତରଫରୁ ‘କରୋନା’ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରର ଅଗ୍ରଣୀ ଛାତ୍ର ସଂଗଠନ’ଅଖିଳ ଭାରତ ଛାତ୍ର ବିଦ୍ୟାର୍ଥୀ’ ଅଦୃଶ୍ୟ ମହାମାରୀ’କରୋନା’ ଭୂତାଣୁ ସଂକ୍ରମଣ ଦୂର କରିବା, ମୁକାବିଲା କରିବା, ଜନତାଙ୍କୁ ସଚେତନ କରାଇବା, ଲୋକମାନଙ୍କ ଅମୂଲ୍ୟ ଜୀବନ ଓ ଧନ ସଂପଦ ସୁରକ୍ଷା କରିବା ପାଇଁ ଅହୋରାତ୍ର ପରିଶ୍ରମ, ଦାୟିତ୍ଵନିଭାଇବା,ନିଃସ୍ଵାର୍ଥପର,ତ୍ୟାଗ ଓ ନିଷ୍ଠାର ସହ ସେବା କରିଥିବା ସେବାବୀର ମାନଙ୍କୁ ଫୁଲ ଓ ଚନ୍ଦନ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ରାଇରଙ୍ଗପୁର ଏସଡିପିଓଙ୍କ କାର୍ଯ୍ୟାଳୟରେ ଏସଡିପିଓ ସ୍ନେହାଶିଷ ସାହୁ ଓ କର୍ତ୍ତବ୍ୟରତ କର୍ମଚାରୀଙ୍କୁ, ରାଇରଙ୍ଗପୁର ଆଦର୍ଶ ଥାନା ଅଧିକାରିଣୀ ରେଣୁବାଳା ସାହୁ ଓ କର୍ମଚାରୀ ବୃନ୍ଦଙ୍କୁ ଏବଂ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଛତିଶ ଚନ୍ଦ୍ର ମହାନ୍ତଙ୍କ ସମେତ କାର୍ଯ୍ୟରତ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପରିଷଦର ରାଇରଙ୍ଗପୁର ନଗର ସଂଯୋଜକ ଜୈତି ପାଇଁ ରକାଶ ରଣା , ଗଣମାଧ୍ୟମ ପ୍ରମୁଖ ପୃଥୀରାଜ ଗିରି, ସାଂସ୍କୃତିକ ସଂଯୋଜିକା ସୁପ୍ରିୟା ଜେନା, ପୂଜା ପରିଡ଼ା, ସସ୍ମିତା ମହାନ୍ତ,ରସ୍ମିତା,ବିଜେନ୍ଦ୍ର ଆଚାର୍ଯ ଏବଂ ଏବିଭିପିର ଅନ୍ୟାନ ସଦସ୍ୟ ମାନେ ସାମିଲ ହୋଇଥିଲେ ।


