ପାଟକୁରାରେ ଅବଦୁଲ୍ଲା ସଂଖ୍ୟାଲଘୁ ସଂପ୍ରଦାୟଙ୍କୁ ସଂଗଠିତ କରୁଛନ୍ତି

କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ) – ପାଟକୁରା ବିଧାନସଭା ନିର୍ବାଚନ ଉପଲକ୍ଷେ ସଂଖ୍ୟାଲଘୁ ସଂପ୍ରଦାୟରଲୋକଙ୍କୁ ସଂଗଠିତ କରି ବିଜୁଜନତାଦଳ ପ୍ରାର୍ଥୀନୀଙ୍କ ପାଇଁ ଅଧିକରୁ ଅଧିକ ଭୋଟ ସଂଗ୍ରହ କରିବାରେ ଲାଗିପଡିଛନ୍ତି ରାଜ୍ୟ ବିଜେଡି ସଂଖ୍ୟାଳଗୁ ସେଲ ସାଧାରଣ ସମ୍ପାଦକ ସେକ ଅବଦୁଲ୍ଲା । ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଡେରାବିଶ ବ୍ଲକର କୁଶିଆପାଳ, ଗୁଆଳସିଂ, ବାରିମୂଳ, କୁରୁଜଙ୍ଗା, କାଉପଡା, ଚାଟରାଚକଡା, ଗୋଲରହାଟ, ଲକ୍ଷ୍ମୀନାରାୟଣପୁର, ବେଣୀପୁର, ପଲେଇ ଓ ବାଲିଆ ପ୍ରଭୃତି ପଂଚାୟତର ୧୭ଟି ମୁସଲମାନ ସଂପ୍ରଦାୟର ବସ୍ତି ଗୁଡିକରେ ସଂଖ୍ୟାଲଘୁମାନଙ୍କୁ ଏକତ୍ରିତ କରି ବାରମ୍ବାର ବୈଠକ କରି ବିଜେଡି ସପକ୍ଷରେ ଭୋଟ ପ୍ରଚାର କରିବା ସହ ବିଜୁ ଜନତା ଦଳର ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲଙ୍କୁ ଚଳିତ ବିଧାନସଭା ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ କରାଇବାକୁ ପ୍ରୟାସ ଜାରି ରଖିଛନ୍ତି । ଏଥି ସହିତ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳିର ମାର୍ଶାଘାଇ ଓ ଗରଦପୁର ବ୍ଲକର ବିଭିନ୍ନ ଅଂଚଳରେ ଥିବା ମୁସଲିମ ବସ୍ତି ଗୁଡିକରେ ମଧ୍ୟ ସେକ ଅବଦୁଲ୍ଲା ପହଁଚି ସେଠାରେ ବିଜେଡି ସପକ୍ଷରେ ସଂଖ୍ୟାଲଘୁ ସଂପ୍ରଦାୟକୁ ଏକାଠି କରୁଥିବାର ଦେଖାଯାଇଛି । ଏହି କାର୍ଯ୍ୟରେ ରାଜ୍ୟ ବିଜେଡି ସଂଖ୍ୟାଳଗୁ ସେଲ ସାଧାରଣ ସମ୍ପାଦକ ସେକ ଅବଦୁଲ୍ଲାଙ୍କୁ ସେକ କମିରୁଦ୍ଦିନ ଖାନ,ସେକ ଅବଦୁଲ ରଜାକ,ଅଜଗର ଅଲ୍ଲୀ ଖାନ,ମହମ୍ମଦ ଇସ୍ତିହାକ,ସେକ ରିୟାମତ,ସେକ ଆଫତାମ ଆଲାମ ପ୍ରମୁଖ ସହଯୋଗ କରୁଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ