ରାଜ୍ୟରେ ଆଉ ୧୭୮ ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ବର : ରାଜ୍ୟରେ ଆଉ ୧୭୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୧୭୮ ଜଣ ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧୮୯୪ରେ ପହଞ୍ଚିଛି । ଆଜି ସକାଳୁ ୭୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୭୮ ଜଣ ସୁସ୍ଥ ହେବା ରାଜ୍ୟ ପାଇଁ ଖୁସି ଖବର । ଏହା ସହିତ ଗୋଟିଏ ଦିନରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଏହା ସର୍ବାଧିକ । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୯ ଜଣ ଆକ୍ରାନ୍ତ ରହିଥିବା ବେଳେ ଗଜପତିରୁ ୨୩ ଜଣ ଆକ୍ରାନ୍ତ ରହିଛନ୍ତି । ନୂଆପଡାରୁ ୨୨, ଭଦ୍ରକରୁ ୧୭, ନୟାଗଡରୁ ୧୫, ଗଞ୍ଜାମରୁ ୧୪, କେନ୍ଦ୍ରାପଡାରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଢେଙ୍କାନାଳ ଓ କନ୍ଧମାଳରୁ ୯ ଜଣ ଲେଖାଏଁ, ସୁନ୍ଦରଗଡରୁ ୬, ବାଲେଶ୍ବରରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଡିସଚାର୍ଜ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧୮୯୪ରେ ପହଞ୍ଚିଛି ।


