କଫ୍ ସିରପ ବଢ଼ାଇପାରେ କୋରୋନା ଭାଇରସ!

ହାଲୁକା ଥଣ୍ଡାକାଶ କିମ୍ବା ଗଳା ଗତ ଗତ ହେଲେ ଲୋକେ ସାଧାରଣତଃ କଫ୍ ସିରପ୍ ସେବନ କରିଥାନ୍ତି। ଏକଥାରେ କୌଣସି ଦ୍ବିମତ ନାହିଁ ଯେ କଫ୍ ସିରପ ଏହି ସମସ୍ୟାରୁ ଆରାମ ଦେଇଥାଏ। କିନ୍ତୁ ଏହା ସେତେବେଳେ ପ୍ରଭାବୀ ହୋଇଥାଏ, ଯେତେବେଳେ ଥଣ୍ଡାକାଶ କିମ୍ବା ଜ୍ବର ସାଧାରଣ କାରଣରୁ କିମ୍ବା ଋତୁ ବଦଳିବା ଯୋଗୁଁ ହୋଇଥାଏ।
କଫ୍ ସିରପ ସେବନ ଉଚିତ ନୁହେଁ : କାଲିଫର୍ଣ୍ଣିଆ ୟୁନଭର୍ସିଟିର ଗବେଷକଙ୍କ ମୁତାବକ ଯଦି କୋରୋନା ସଂକ୍ରମିତ ବ୍ୟକ୍ତି ଗଳା ଯନ୍ତ୍ରଣା ଓ କାଶରୁ ଆରାମ ପାଇବା ପାଇଁ କଫ୍ ସିରପ ନେଇଥାନ୍ତି, ତେବେ ସେମାନଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିପାରେ। କଫ୍ ସିରପ ସାମାନ୍ୟ କାରଣରୁ ହେଉଥିବା ଥଣ୍ଡାକାଶ ଓ ଗଳା ଗତଗତରୁ ଆରାମ ଦେଇଥାଏ, ମାତ୍ର କୋରୋନାରୁ ନୁହେଁ। ଏପରିସ୍ଥଳେ ଯଦି କେଣସି ସଂକ୍ରମିତ ବ୍ୟକ୍ତି କଫ୍ ସିରପ ସେବନ କରନ୍ତି, ତେବେ ତାଙ୍କ ଲକ୍ଷଣ ବଢ଼ିପାରେ।
କଫ୍ ସିରପରୁ ବଢ଼ୁଛି କୋରୋନା : କଫ୍ ସିରପ ତିଆରି ଲାଗି ଡେକ୍ସଟ୍ରୋମେଥାର୍ଫେନ୍ ଡ୍ରଗ୍ସ ବ୍ୟବହାର କରାଯାଇଥାଏ। କାରଣ ଡେକ୍ସଟ୍ରୋମେଥାର୍ଫେନ୍ ଶରୀରରେ ପହଞ୍ଚିବା ପରେ ଯେଉଁ ଭଳି ଭାବେ ପ୍ରତିକ୍ରିୟା କରିଥାଏ, ତାହା କୋରୋନାକୁ ରେପ୍ଲିକେସନରେ ସାହାଯ୍ୟ ହୋଇଥାଏ। ଏପରିସ୍ଥଳେ ଏହି ଡ୍ରଗ୍ ସହାୟତାରେ କୋରୋନା ଭାଇରସକୁ ନିଜ ସଂଖ୍ୟା ଦ୍ରୁତଗତିରେ ବଢ଼ାଇବା ଲାଗି ସାହାଯ୍ୟ ମିଳିଥାଏ। ମାତ୍ର ଏ ପର୍ଯ୍ୟନ୍ତ ଏହାର କୌଣସି ସ୍ପଷ୍ଟୀକରଣ ମିଳି ନାହିଁ।
ଡେକ୍ସଟ୍ରୋମେଥାର୍ଫେନ୍ ଡ୍ରଗ୍ : ଡେକ୍ସଟ୍ରୋମେଥାର୍ଫେନ୍ ଡ୍ରଗ୍ ଏଭଳି ଏକ କମ୍ପୋଜିସନ୍, ଯାହାଦ୍ବାରା କାଶରୁ ଶୀଘ୍ର ଆରାମ ମିଳିଥାଏ। ତେଣୁ କଫ ସିରପ୍ ତିଆରି କରିବାରେ ଏହକାକୁ ବ୍ୟବହାର କରାଯାଏ।
ଲକ୍ଷଣ ବୁଝନ୍ତୁ : ଜ୍ବର, ଥକା ଲାଗିବା, ଶୁଖିଲା କାଶ ବ୍ୟତୀତ କେତେକ କୋରୋନା ରୋଗୀଙ୍କ ଠାରେ ଯନ୍ତ୍ରଣା, ନାକରୁ ପାଣି ବହିବା, ଗଳା ଗତ ଗତ ହେବା, ଛାତିରେ ଯନ୍ତ୍ରଣା, ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ହେବା, ନିଃଶ୍ବାସ ଫୁଲିବା, ଡାଇରିଆ ଭଳି ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଥାଏ। ସେହିପରି ଏହି କାରଣରୁ ଫୁସଫୁସରେ ମଧ୍ୟ ସଂକ୍ରମଣ ହୋଇଯାଇଥାଏ। ଯଦିଓ ଏହାର ୮୦ ପ୍ରତିଶତ ଲକ୍ଷଣ ହାଲୁକା ହୋଇଥାଏ, ଯାହା ୯ରୁ ୧୪ ଦିନରେ ଧୀରେ ଧୀରେ ଦେଖିବାକୁ ମିଳିଥାଏ।
ଫ୍ଲୁ ଲକ୍ଷଣ : ଫ୍ଲୁ ହେଲେ ଏହା ନାକରୁ ପାଣି ବହିବାରୁ ଆରମ୍ଭ ହୋଇଥାଏ। ପରେ କାଶ ଓ ଜ୍ବର ହୋଇଥାଏ। କୋରୋନାରେ ବହୁତ କମ୍ ଲୋକଙ୍କଠାରେ କାଶ ସହିତ ନାକ ବହିବା ସୂଚନା ଦେଇଥାଏ।
ଗଳା ଗତଗତ : ଯଦି କେଣସି ବ୍ୟକ୍ତିଙ୍କୁ କେବଳ ଗଳା ଗତଗତ ହେଉଛି, ତେବେ ଏହା କୋରୋନାର ଲକ୍ଷଣ ହୋଇ ନ ପାରେ। ଏହାର କାରଣ ଋତୁ ପରିବର୍ତ୍ତନ, ଅଧିକ ଥଣ୍ଡା ପାଣି ପିଇବା, ଖରାପ ଖାଦ୍ୟପେୟ ଓ ଦୂଷିତ ପାଣି ପିଇବା ହୋଇପାରେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ