ମୟୂରଭଂଜରେ ୬ପୋଜିଟିଭରୁ ବିଜାତଳାରେ ୨
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ବାଳ): ମୟୂରଭଂଜ ଜିଲ୍ଲାରେ ସୋମବାର ଦିନ ସକାଳ ୯ଟା ସୁଦ୍ଧା ୬ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ତନ୍ମଧ୍ୟରୁ ଶୁଳିଆପଦା ବ୍ଲକରେ ୪ଜଣ ଆକ୍ରାନ୍ତ ।ଦୁଇ ଜଣ ମହାରାଷ୍ଟ୍ର ଫେରନ୍ତା ଏବଂ ଦୁଇ ଜଣ ଗୋଆ ଫେରନ୍ତା ଏବଂ ସେମାନେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ରହୁଥିଲେ । ସେହିଭଳି ପ୍ରଥମ ଥର ପାଇଁ ବିଜାତଳା ବ୍ଲକର ୨ କରୋନା ଆକ୍ରାନ୍ତ ମଧ୍ୟରୁ ଜଣେ ତାମିଲନାଡୁ ଫେରନ୍ତା ଓ ଆଉ ଜଣେ ଗୁଜରାଟ ଫେରନ୍ତା । ଉଭୟଙ୍କ ମଧ୍ୟରୁ ଜଣେ ଯୁଡିଆ ଓ ଆଉ ଜଣେ ବିଜାତଳା ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ରହୁଥିଲେ। ଏହାକୁ ନେଇ ପ୍ରଶାସନର ମୁଣ୍ଡବ୍ୟଥା ବଢିଯାଇଛି ।ତଦସହ ଶନିବାର ଦିନ ବହଳଦା ବ୍ଲକର ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଏହାକୁ ବାମନଘାଟୀ ଉପଖଣ୍ଡ ବାସୀଙ୍କ ମଧ୍ୟରେ ଛନକା ପଶିଯାଇଛି । ପ୍ରଶାସନ ତରଫରୁ ଅଧିକାଂଶ ଅଞ୍ଚଳରେ ସକାଳ ୬ ରୁ ଅପରାହ୍ନ ଦିନ ଦୁଇଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ଦିଆଯାଇଛି । ଅନ୍ୟପକ୍ଷରେ ବାମନଘାଟୀ ଉପଖଣ୍ଡର କୁସୁମି ବ୍ଲକର ଧାଙ୍ଗିଡି ମୁତା ଗାଁ ଶେଷ ସିମାରେ ଯଶିପୁର ବ୍ଲକର ଚାକିଡି ପଞ୍ଚାୟତର ୬ ଆକ୍ରାନ୍ତ ଚିହ୍ନଟ ଯୋଗୁଁ ଧାଙ୍ଗିଡି ମୁତା ସରପଞ୍ଚ ସୁଲୋଚନା ମୁର୍ମୁ ସଟ୍ ଡାଉନ୍ କରିଛନ୍ତି ।


