ସ୍ୱାମୀଙ୍କର ଏହି ପାଞ୍ଚଟି ଭୁଲ ପାଇଁ ଭାଙ୍ଗିଯାଏ ବିବାହ
ଆଜିକାଲି ବିବାହ ବିଚ୍ଛେଦ ପ୍ରାୟ ଏକ ସାଧାରଣ କଥା ପାଲଟିଗଲାଣି । ଛୋଟ ଛୋଟ କଥାକୁ ନେଇ କଳି ଓ ପରେ ସେହି କଳି ଛାଡପତ୍ରର ରୂପ ନେଉଛି । ଆମେ ଆଜି ଜାଣିବା ସ୍ୱାମୀମାନଙ୍କର ମୁଖ୍ୟତଃ କେଉଁ ଗୁଣ ପାଇଁ ବିବାହ ତିଷ୍ଠି ରହିପାରୁନାହିଁ ।
ବିବାହ ପୂରାପୂରି ଭାବେ ମାନସିକତା ଉପରେ ନିର୍ଭର କରେ । ଆଜିକାଲିର ପୁରୁଷ ଆଧୁନିକତାକୁ ପସନ୍ଦ କରୁଥିଲେ ବି ଅଧିକାଂଶ ସମୟରେ ଆଶା ରଖନ୍ତି ଯେ ପତ୍ନୀ ରକ୍ଷଣଶୀଳ ହୁଅନ୍ତୁ । ତାହା ବିଚ୍ଛେଦର ଏକ କାରଣ ପାଲଟିଯାଏ ।
ଅଧିକାଂଶ ଲୋକଙ୍କ ଧାରଣା ପ୍ରତାରଣା ହିଁ ବିବାହ ବିଚ୍ଛେଦର ପ୍ରମୁଖ କାରଣ ହୋଇଥାଏ । ମାତ୍ର ବେଳେବେଳେ ପରିବାରର ମୌଳିକ ଆବଶ୍ୟକତା ପୂରା ନ କରିବା ବି ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ ।
ଘନିଷ୍ଠତା ସମ୍ପର୍କକୁ ମଜଭୁତ କରାଏ । ବିନା କାରଣରେ ପତ୍ନୀଙ୍କ ସହ ଘନିଷ୍ଠତା କମ୍ କରିବା ଏକ ପ୍ରକାରର ବିବାହ ବିଚ୍ଛେଦର କାରଣ ହୋଇଥାଏ ।
ବିବାହ ସବୁବେଳେ ପ୍ରାଥମିକତା ହେବା ଉଚିତ । ଅଧିକାଂଶ ଲୋକ ନିଜର ଜୀବନ ସାଥୀଙ୍କୁ ଏକ ବିକଳ୍ପ ପରି ମନେକରନ୍ତି । ତାହା ବି ସମ୍ପର୍କ ପାଇଁ ଭଲ ହୋଇନଥାଏ ।
ବେଳେବେଳେ ସାଥୀ ବହୁତ ଗପୁଥିଲେ ବି ସ୍ୱାମୀ ଚୁପ୍ ରହିଥାନ୍ତି । ତାହା ପତ୍ନୀଙ୍କୁ ବିରକ୍ତ କରାଇଥାଏ ।


