ଲକ୍ଡ଼ାଉନ୍ -୫ରେ ଭଞ୍ଜନଗରର ରାସ୍ତାଘାଟ ଜନଶୂନ୍ୟ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଜୁନ ମାସ ୩୦ ତାରିଖ ପର୍ଯ୍ୟନ୍ତ କଟକଣା ବଢ଼ାଇଲା ଗଞ୍ଜାମ ଜିଲା ପ୍ରଶାସନ । ଦିନକୁ ଦିନ କୋରୋନା ପଜିଟିଭ ଓ ମୃତକଙ୍କ ସଂଖ୍ୟା ବଢ଼ୁଥିବାରୁ ସଂକ୍ରମଣ କୁ ରୋକିବାପାଇଁ କଠୋର ହୋଇଛି ପ୍ରଶାସନ । ଆଗରୁ ଶନିବାର ଓ ରବିବାର ସଟଡାଉନ ହୋଇଥିବା ବେଳେ ଅନ୍ୟଦିନ ଅର୍ଥାତ ସୋମବାର ରୁ ଶୁକ୍ରବାର ଦିନ୧୨ଟାରୁ ସଖାଳ୭ଟା ପର୍ଯ୍ୟନ୍ତ ସବୁକିଛି ବନ୍ଦ ରହିବ । ସଖାଳ ୭ ଟାରୁ ଦିନ୧୨ ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ଦୋକାନ ଗୁଡିକ ଖୋଲା ରହିବ । ମେଡିସିନ, ତେଜରାତି, ପନିପରିବା ଦୋକାନ ଗୁଡିକ ଛାଡିଦେଲେ ଅନ୍ୟସବୁ ବନ୍ଦ ପାଇଁ ନିଷ୍ପତି ନେଇଛି ପ୍ରଶାସନ । ଏପରିକି ବସ, ଅଟୋରିକ୍ସା ମଧ୍ୟ ଚଳାଚଳ କରିପାରିବ ନାହିଁ । ଏହି ମାରାତ୍ମକ ଭାଇରସର ମୁକାବିଲା କରିବା ପାଇଁ ନୁଆ କଟକଣାକୁ ମାନିବାକୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ଗଞ୍ଜାମ ଜିଲାପାଳ । ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କୋରୋନା ରୋଗୀ । ପ୍ରବାସୀ ମାନେ କରୋନା ହଟସ୍ପଟ ଅଞ୍ଚଳରୁ ଆସୁଥିବାରୁ ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି । ଏପରିକି ମୃତ୧୧ଜଣଙ୍କ ମଧ୍ୟରୁ ୬ଜଣ ହେଉଛନ୍ତି ଗଞ୍ଜାମର। ଆଗକୁ କିପରି ଗୋଷ୍ଠି ସଂକ୍ରମଣ ନ ହେବ, ସେ ନେଇ ପଦକ୍ଷେପ ନେଇଛି ପ୍ରଶାସନ । କଟକଣା ନ ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଗଞ୍ଜାମ ଏସପି । ସେପଟେ ଜିଲା ପ୍ରଶାସନର ନୂତନ କଟକଣାକୁ ସମସ୍ତ ଜନତା ସ୍ୱାଗତ କରିଛନ୍ତି ।