ମଞ୍ଚ ଚଢ଼ିବାକୁ ଡରୁଥିବା ଅଭିନେତ୍ରୀ

ଅମାଣ୍ଡା ମିସେଲ ସୈଫ୍ରିଡ୍ । ସେ ମଞ୍ଚ ଚଢ଼ିବାକୁ ଡରନ୍ତି । ତା’ର କାରଣ ତାଙ୍କ ଭିତରେ ମଞ୍ଚ ଚଢ଼ିବାକୁ ନେଇ ଭୟ ରହିଛି । ମନ ଭିତରେ ସବୁବେଳେ ବ୍ୟଗ୍ରତା ଭରି ରହିଥାଏ । କିଛି ଗୋଟେ ଘଟିଯିବାର ଭୟ ତାଙ୍କୁ ଘାରୁଥାଏ ।ସେ ଜଣେ ବିଶ୍ୱପ୍ରସିଦ୍ଧ ଅଭିନେତ୍ରୀ । ମାତ୍ର ସେ ମଞ୍ଚ ଚଢ଼ିବାକୁ ଡରନ୍ତି । ତା’ର କାରଣ ତାଙ୍କ ଭିତରେ ମଞ୍ଚ ଚଢ଼ିବାକୁ ନେଇ ଭୟ ରହିଛି । ମେଡିକାଲ ଭାଷାରେ ଏହାକୁ କୁହାଯାଏ ପ୍ୟାନିକ୍ ଆଟାକ୍ ଡିଜ୍ଅର୍ଡର । ଏତଦ୍ବ୍ୟତୀତ, ସେ ମଧ୍ୟ ଆଙ୍ଗ୍ଜାଇଟ୍ ଡିଜ୍ଅର୍ଡରର ଶିକାର । ତାଙ୍କ ମନ ଭିତରେ ସବୁବେଳେ ବ୍ୟଗ୍ରତା ଭରି ରହିଥାଏ । କିଛି ଗୋଟେ ଘଟିଯିବାର ଭୟ ତାଙ୍କୁ ଘାରୁଥାଏ । ଏହି ସୁନ୍ଦରୀ ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ଅମାଣ୍ଡା ମିସେଲ ସୈଫ୍ରିଡ୍ ।ଏଗାର ବର୍ଷରେ ମଡେଲିଂ :ହଲିଉଡ୍ର ଏହି ଅଭିନେତ୍ରୀ ଜଣଙ୍କ ଖୁବ୍ କମ୍ ବୟସରେ ମଡେଲିଂ ଜଗତରେ ପାଦ ଥାପିଥିଲେ । ମାତ୍ର ୧୧ବର୍ଷ ବୟସରେ ସେ ମଡେଲିଂ କରିଥିଲେ । ତାଙ୍କ ଭିତରେ ଭରପୂର ହୋଇ ରହିଥିଲା ପ୍ରତିଭା । ସେ ଖୁବ୍ କମ୍ ବୟସରେ ଜଣେ ନାମକରା ମଡେଲ ଭାବରେ ନିଜକୁ ସାବ୍ୟସ୍ତ କରିପାରିଥିଲେ । ମଡେଲିଂ ଜଗତରେ ତାଙ୍କର ପ୍ରସିଦ୍ଧି ତାଙ୍କ ପାଇଁ ଫିଲ୍ମଜଗତର କବାଟ ଖୋଲିଦେଇଥିଲା । ତାଙ୍କୁ ଯେତେବେଳେ ମାତ୍ର ପନ୍ଦର ବର୍ଷ ହୋଇଥିଲା ସେତେବେଳେ ସେ ଅଭିନେତ୍ରୀ କ୍ୟାରିଅର ଆରମ୍ଭ କରିଥିଲେ । ପ୍ରଥମ ଫିଲ୍ମରୁ ତାଙ୍କୁ ମିଳିଯାଇଥିଲା ସଫଳତା । “କ୍ଲାଇ’, “ନାଇନ୍ ଲାଇଭ୍ସ’ ଆଦି ଏହାର ଗୋଟିଏ ଗୋଟିଏ ଉଦାହରଣ ।ପାରିବାରିକ ଜୀବନ :ପେନ୍ସିଲଭାନିଆରେ ଅମାଣ୍ଡା ମିସେଲ ସୈଫ୍ରିଡଙ୍କ ଜନ୍ମ । ମା’ ଥିଲେ ଡାକ୍ତର । ବାପା ଜଣେ ଫାର୍ମାସିଷ୍ଟ । ସେମାନେ ଜର୍ମାନୀର ମୂଳ ବାସିନ୍ଦା । ଆମଣ୍ଡାଙ୍କର ବଡ଼ଭଉଣୀ ଜେନିଫର ଜଣେ ସଂଗୀତ ଶିଳ୍ପୀ ।ଅଳ୍ପ ବୟସରୁ ପ୍ରେମ : ଅମାଣ୍ଡା ଦେଖିବାକୁ ଥିଲେ ଖୁବ୍ ସୁନ୍ଦରୀ । ପୁଣି ଖୁବ୍ କମ୍ ବୟସରେ ତାଙ୍କୁ ସଫଳତା ମିଳିଥିଲା । ସେଥିଲାଗି ଅନେକ ସଫଳ ପୁରୁଷ ତାଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ । ଅମାଣ୍ଡା ଏକଦା କହିଥିଲେ ଯେ, କମ୍ ବୟସରେ ମଡେଲିଂ ଜଗତକୁ ଆସିବା ଫଳରେ ସେ ଖୁବ୍ ଶୀଘ୍ର ପରିପକ୍ୱ ହୋଇଯାଇଥିଲେ । ଯେଉଁ ବୟସରେ ସାଧାରଣତଃ ଝିଅମାନେ ପ୍ରେମ ବ୍ୟାପାରରୁ ଦୂରେଇ ରୁହନ୍ତି ସେ କିନ୍ତୁ ପ୍ରଥମ ପ୍ରେମର ଆବେଦନ ପାଇଥିଲେ । ତାଙ୍କୁ ପ୍ରେମ ନିବେଦନ କରିଥିବା ସେଲିବ୍ରିଟି ଜଣଙ୍କ ଥିଲେ ଡୋମିନିକ୍ କୁପର । ଅବଶ୍ୟ ଏହା ବେଶିଦିନ ତିଷ୍ଠି ରହି ନ ଥିଲା । ତେବେ ଅମାଣ୍ଡାଙ୍କ ଜୀବନରେ ପ୍ରେମର ଆବେଦନ ପତ୍ର କିଛି କମ୍ ନ ଥିଲା । ସେଥିଲାଗି ସେ କେବେ ବି ଏକୁଟିଆ ମନେକରୁ ନ ଥିଲେ । ଜଣଙ୍କ ସହ ସମ୍ପର୍କ ଛିନ୍ନ ହେଉ ହେଉ ଆଉ ଜଣଙ୍କୁ ନିଜର ସାଥୀ ଭାବରେ ଗ୍ରହଣ କରିନେଉଥିଲେ । ଏହା ତାଙ୍କ ଜୀବନରେ ଥିଲା ଆଉ ଏକ ବୈଶିଷ୍ଟ୍ୟ ।ଖେଳନା ପ୍ରିୟ ଅମାଣ୍ଡା :ବିଶ୍ୱ ଫିଲ୍ମ ଜଗତର ଜଣେ ଚର୍ଚ୍ଚିତ ଅଭିନେତ୍ରୀ ଅମାଣ୍ଡା ହେଉଛି ଭାରି ଖେଳନାପ୍ରିୟ । ସେ ଯେଉଁଆଡ଼େ ବି ଯାଆନ୍ତି ସେଠାରୁ ନିଜ ପସନ୍ଦ ମୁତାବକ ଖେଳନା ଖରିଦ କରି ଆଣନ୍ତି । ତାଙ୍କ ନିକଟରେ ରହିଛି ଖେଳନାର ଏକ ବିଶାଳ କଲେକ୍ସନ । ସେଥିମଧ୍ୟରେ ରହିଛି ବେବି ହର୍ସଠାରୁ ଆରମ୍ଭକରି କୋକିଶିଆଳ, ପେଚା, ଛେଳି, ହରିଣ ଆଦି ଅନେକ କିଛି ।ଟେଲିଭିଜନ କୁଇନ୍ :ଅମାଣ୍ଡାଙ୍କର ଟେଲି ‘ଗୁଡ଼ିକ ସର୍ବାଧିକ ଲୋକପ୍ରିୟ । ମଡେଲିଂ ଏବଂ ଫିଲ୍ମଠାରୁ ବି ଅଧିକ ସଫଳ ସେ ଟେଲିଭିଜନରେ । ଏଚ୍ବିଓ ଭଳି ଚ୍ୟାନେଲରେ ପ୍ରସାରିତ ତାଙ୍କର ଡ୍ରାମାଗୁଡ଼ିକ ଗୋଟିଏ ଗୋଟିଏ ମାଇଲଖୁଣ୍ଟ ବୋଲି କହିଲେ ଆଦୌ ଭୁଲ୍ ହେବନାହିଁ । “ବିଗ୍ ଲଭ୍’ ହେଉଛି ତାଙ୍କର ଏକ ସଫଳ ଡ୍ରାମା । ଏଥିରେ ତାଙ୍କର ଅଭିନୟ ଏତେ ନିଖୁଣ ଥିଲା ଯେ ଦର୍ଶକମାନେ ତାହାକୁ ଏକ ସତସତିକା ଚରିତ୍ର ବୋଲି ଧରିନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ