ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ମିଳୁନି ପିଇବା ପାଇଁ ପାଣି
ସୋରଡା, (ରଜନୀ ମହାପାତ୍ର):ଗଞ୍ଜାମ ଜିଲା ସୋରଡା ରେ ଦିନକୁ ଦିନ ବଢିଲାଣି ପାନୀୟ ଜଳ ସମସ୍ୟା। ଘଡି ଘଡି କେ ବିଦ୍ୟୁତ କାଟ ଯୋଗୁଁ ଏହି ସମସ୍ୟା ଗୁରୁତର ହେବାରେ ଲାଗିଲାଣି। ବର୍ତମାନ ମୌସୁମୀ ଓଡିଶା ଛୁଇଁଲାଣି। ଏପରି ସ୍ଥିତି ରେ ବିଦ୍ୟୁତ ସରବରାହ ସ୍ଵାଭାବିକ ହେବା ପାଇଁ ପଦକ୍ଷେପ ନିଆଯିବା କଥା। କିନ୍ତୁ ହେଇପାରୁନି। ଯେତେବଳେ ପାଣି ଆସୁଛି ସେତେବଳେ ବିଦ୍ୟୁତ କାଟ ହେଇଯାଉଛି। ପାଣି ମିଳିବା ବନ୍ଦ ହେଇଯାଉଛି। ବାରମ୍ବାର ବିଦ୍ୟୁତ କାଟ ହେବା ଯୋଗୁଁ ପାଣି ମୋଟର ଉପରେ ଚାପ ମଧ୍ୟ ରହୁଛି। ଫଳରେ ମୋଟର ପୋଡିବା ପରି ଘଟଣା ମଧ୍ୟ ଅଧିକ ହେଉଛି। ସୋରଡା ରେ ବର୍ତମାନ ମେଘପବନ ହେବା ପୂର୍ବ ରୁ ବିଜୁଳି ଠପ। ପୁଣି କେତେବେଳେ ଆସିବ ତାହାର ନିଶ୍ଚିତତା ନାହି। ଏପରି ସ୍ଥିତି ରେ ସାଧାରଣ ଜନତା ବିଦ୍ୟୁତ ବିଭ୍ରାଟ ଜନିତ ସମସ୍ୟା ଭୋଗିବା ସହ ପାନୀୟ ଜଳ ସମସ୍ୟା ବି ଭୋଗୁଛନ୍ତି। ଥରେ ପାନୀୟ ଜଳ ଯୋଗାଣ ହେଲା ପରେ ବିଦ୍ୟୁତ କଟିଗଲେ ପାଣି ବନ୍ଦ ହେଇଯାଉଛି। ପୁଣି ବିଦ୍ୟୁତ ଆସିଲା ବେଳକୁ ଆଉଥରେ ଆରମ୍ଭରୁ ଆସିବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗୁଛି। ସୋରଡା ରେ ସବୁ ସାହି ମାନଙ୍କୁ ଦୁଇ ଘଣ୍ଟା ଅଧେ ପଣି ଯୋଗାଣ ହେଉଛି। ଏତିକି ଟାଇମ ରେ ଗୋଟେ ଗୋଟେ ଅଞ୍ଚଳ କୁ ପଣି ଆସିବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗୁଛି। ଏତିକି ରେ ପାଣି ହଉନି । ପାଣି ସମସ୍ୟା ନେଇ ଜନସ୍ୱାସ୍ଥ୍ୟ ବିଭାଗ କୁ ଅଭିଯୋଗ କଲେ ସେମାନେ ବିଦ୍ୟୁତ ବିଭାଗ କୁ ଦୋଷ ଦେଉଛନ୍ତି। ଏହି ବିଦ୍ୟୁତ କାଟ ସମସ୍ୟା ର ହାରିଗୁହାରି ଶୁଣିବା କୁ କେହି ନାହି। ପଚାରିଲେ ଉତର ମିଳୁଛି ଗ୍ରୀଡ ରୁ କଟିଛି। ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଲା ବର୍ଷା ଦିନ ପୂର୍ବ ରୁ ମରାମତି ବାବଦ କୁ ବିଦ୍ୟୁତ ବିଭାଗ ତରଫରୁ ଅଞ୍ଚଳରେ ଦିନ ତମାମ ୮ ଘଣ୍ଟା ୧୦ ଘଣ୍ଟା ଲେଖାଏଁ ବିଦ୍ୟୁତ କାଟ ହେବା ବାଦେ ଏହିପରି ସମସ୍ୟା ଦେଖିବାକୁ ମିଳୁଛି। ସବୁବେଳେ ମେଘ ପବନ ରେ ଖାଲି ଗଛ ପଡିବା କୁହାଯାଉଛି। ପବନ ହେଲେ ବିଦ୍ୟୁତ କାଟ ହଉଛି ବର୍ଷା ହେଲେ ବି ବିଦ୍ୟୁତ କାଟ ହେଉଛି। ଏପରି ସ୍ଥିତି ରେ ସାଧାରଣ ଜନତା ହନ୍ତସନ୍ତ ହେବାରେ ଲାଗିଛନ୍ତି। ବିଦ୍ୟୁତ ବିଭାଗ ଓ ଜନସ୍ୱାସ୍ଥ୍ୟ ବିଭାଗ ର ଏହିପରି ନୀତି ରେ ବନ୍ଧାପଡିଛନ୍ତି ସହର ର ହଜାର ହଜାର ଜନସାଧାରଣ।