ବାର୍ଥ ଡେ’ କ୍ୟାଣ୍ଡଲରେ ବ୍ୟାପିପାରେ କୋରୋନା

କୋରୋନା ଭାଇରସ ଏବେ ସାରା ବିଶ୍ବକୁ ନାକେଦମ୍ କରି ରଖିଛି। ଏଥିରୁ ରକ୍ଷା ପାଇବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ସଚେତନତା ସୃଷ୍ଟି କରାଯାଉଛି। ସମ୍ପ୍ରତି ଲୋକମାନେ ଏହି ମହାମାରୀରୁ ରକ୍ଷା ପାଇବା ଲାଗି ଘରେ ଓ ବାହାରେ ରହି ସାମାଜିକ ଦୂରତା ରଖୁଛନ୍ତି। ହେଲେ ଘର ଭିତରେ ଏହାକୁ ଭୁଲିଯାଆନ୍ତି। ବିଶେଷକରି ଘରେ କୌଣସି ଜନ୍ମଦିନ ପାର୍ଟି କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମ ସମୟରେ କେକ୍ କାଟିବା ଆଜିକାଲି ଏକ ସାଧାରଣ କଥା ପାଲଟିଛି। କେକ୍ କାଟିବାରେ କୌଣସି ସମସ୍ୟା ମଧ୍ୟ ନାହିଁ। କିନ୍ତୁ କେକ୍ ଉପରେ ଲାଗିଥିବା ମହମବତିକୁ ଲିଭାଇବା ପାଇଁ ଦୂରତାର ଆବଶ୍ୟକତା ରହିଛି।
ମହମବତି ଲିଭାଇବାବେଳେ ଆମ ପାଟିରୁ ଜୀବାଣୁ କେକ୍ ଉପରେ ଲାଗିଯାଇପାରେ। ଯଦି କେକ୍ କାଟୁଥିବା ବ୍ୟକ୍ତି କୋରୋନା ପଜିଟିଭ୍ ହୋଇଥାନ୍ତି, ତେବେ କେକ୍ ଖାଉଥିବା ପ୍ରତ୍ୟେକ ବ୍ୟକ୍ତି ମଧ୍ୟ କୋରୋନା ସଂକ୍ରମିତ ହୋଇପାରନ୍ତି। କିଛିଦିନ ତଳେ ଆସିଥିବା ଏକ ଖବର ମୁତାବକ ଉଦୟପୁରର ଜଣେ ଇିନିୟର ଦେବନ୍ଦ୍ର ସିଂ ନିଜ ପତ୍ନୀଙ୍କ ଜନ୍ମଦିନ ପାଳନ କରିଥିଲେ। ଦେବେନ୍ଦ୍ର ସିଂ ଅନେକ ଗୁଡ଼ିଏ ସୁନ୍ଦର ହୋଟେଲ ନିର୍ମାଣ କରିବାରେ ନିଜ ଦକ୍ଷତା ଦେଖାଇ ସାରିଛନ୍ତି। ସେ କେକରେ ଯେଉଁ ମହମବତି ଲଗାଇଥିଲେ, ତାହାକୁ କେକ ଠାରୁ କିଛି ଦୂରରେ ଲଗାଇଥିଲେ। ଏଥିସହିତ ବାର୍ଥ ଡେ’ କ୍ୟାଣ୍ଡଲ ବଦଳରେ ନର୍ମାଲ ବଡ଼ ମହମବତି ଲଗାଇଥିଲେ।
ଯେଉଁ ଲୋକମାନେ ଧୂମପାନ କରନ୍ତି କିମ୍ବା ତମାଖୁ ସେବନ କରନ୍ତି, ସେମାନଙ୍କୁ ମଧ୍ୟ କେକ୍ କାଟିବାବେଳେ ଧ୍ୟାନ ରଖିବା ଉଚିତ। ଧୂମପାନ କରୁଥିବା ଲୋକଙ୍କ ପାଟିର ଦୁର୍ଗନ୍ଧ ଓ ଜୀବାଣୁ ଅନ୍ୟ ଲୋକଙ୍କ ତୁଳନାରେ ଅଧିକ ଥାଏ। ତେଣୁ ଏହା ମହମବତି ଲିଭାଇବାବେଳେ କେକ୍ ଉପରେ ଲାଗିଯାଇପାରେ। ତେଣୁ ସେମାନେ ମଧ୍ୟ ଦୂରତାରୁ ମହମବତି ଲିଭାଇବା ଦରକାର।
ଯେତେବେଳେ ଆପଣ ଘରେ ଜନ୍ମଦିନ ପାଳନ କରୁଛନ୍ତି, ତେବେ କେକ୍ କାଟିବା ବେଳେ ଅନ୍ୟମାନଙ୍କ ଆଖପାଖରେ ନୁହେଁ, ବରଂ ପରସ୍ପର ଠାରୁ ଅତିକମରେ ୧ ମିଟର ଦୂରରେ ଠିଆ ହୁଅନ୍ତୁ। ଅଧିକ ସମୟ ମୁହଁରେ ମାସ୍କ ଲଗାଇ ରହିବାକୁ ଚେଷ୍ଟା କରନ୍ତୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ