ବେଲଗୁଣ୍ଠା ବ୍ଳକ ରୁ ୪ କରୋନା ପଜିଟିଭ ଚିହ୍ନଟ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):କରୋନ ଦିନକୁ ଦିନ ଭାରତରେ ନିଜର କାୟା ବିସ୍ତାର କରିଚାଲିଛି ।ତା ସହ ଓଡିଶାରେ ମଧ୍ୟ କରୋନା ପଜିଟିଭଙ୍କ ସଂଖ୍ୟା ପାଖାପାଖି ୪ହଜାର ।ଗଞ୍ଜାମ ଜିଲ୍ଲାରେ ଓଡ଼ିଶାର ସର୍ବାଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ପ୍ରଥମେ ପ୍ରଥମେ ଏହା କେବଳ ପ୍ରବାସୀ ଓଡ଼ିଆ ତଥା ସଙ୍ଗରୋଧରେ ରହୁଥିବା ଅନ୍ତେବାସୀଙ୍କ ଠାରେ ଚିହ୍ନଟ ହୋଇଥିବା ବେଳେ ଗତ କିଛି ଦିନ ହେଲା କିଛି ସ୍ଥାନୀୟ ଲୋକଙ୍କଠାରେ ଚିହ୍ନଟ ହୋଇଥିବା ଜଣାପଡିଛି ।ଫଳରେ ଆସନ୍ନ ଗୋଷ୍ଠୀ ସଂକ୍ରମଣକୁ ଏଡାଇବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଗଞ୍ଜାମ ଜିଲ୍ଲାରେ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ମଧ୍ୟାହ୍ନ ୧୨ ଟାରୁ ସକଳେ ୭ ଟା ପର୍ଯ୍ୟନ୍ତ ସଟ୍ ଡାଉନ ଘୋଷଣା କରିଛନ୍ତି ।ଗତ ଶୁକ୍ରବାର ଦିନ ବେଲଗୁଣ୍ଠା ବ୍ଳକ ଗିରିସୋଲା ଗ୍ରାମର ସ୍ଥାନୀୟ ୪ ଜଣ ବ୍ୟକ୍ତିଙ୍କୁ ସ୍ୱାବ୍ ପରୀକ୍ଷା ପାଇଁ ନିଆଯାଇଥିଲା ।ଏବଂ ଶନିବାର ଦିନ ରାତି ୧୦ଟା ବେଳେ ସେମନଙ୍କୁ ସ୍ୱତନ୍ତ୍ର ଗାଡିରେ କୋଭିଡ କେୟାର ସେଣ୍ଟର ନେଇଥିବା ଜଣାପଡିଛି ଏବଂ ପ୍ରଶାସନ ତରଫରୁ ବେଲଗୁଣ୍ଠା ବ୍ଳକରୁ ୪ ଜଣ ପଜିଟିଭ ବାହାରିଥିବା ମଧ୍ୟ ସ୍ପଷ୍ଟ କରାଯାଇଛି ।ଆଜି ସକାଳେ ବେଲଗୁଣ୍ଠା ଅଗ୍ନିଶମ ବିଭାଗ ତରଫରୁ ଗିରିସୋଲା,ଜିରୋଳି ଗ୍ରାମକୁ ସାନାଟାଇଜ୍ କରାଯାଇଛି ।ତା ସହ କରୋନା ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସଂଶ୍ପର୍ଷରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା ବେଳେ ତାଙ୍କ ପରିବାର ସଦସ୍ୟଙ୍କୁ ଗୃହ ସଙ୍ଗରୋଧରେ ରହିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କ ମଧ୍ୟ ସ୍ୱାବ୍ ପରୀକ୍ଷା କରାଯିବ ବୋଲି ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ପ୍ରକାଶ କରିଛନ୍ତି ।ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୩ ଜଣ କିରାଣୀ ଦୋକାନୀ ହୋଇଥିବା ବେଳେ ଆଉ ଜଣେ ଜଳଖିଆ ଦୋକାନି ବୋଲି ଗ୍ରାମବାସୀଙ୍କ ସୁତ୍ରରୁ ଖବର ମିଳିଛି ।ଏହା ଜଣାପଡିବା ପରେ ଗିରିସୋଲା, ଜିରୋଳି,ଏହାର ଆଖପାଖ ଅଞ୍ଚଳ ଏବଂ ବେଲଗୁଣ୍ଠା ସହରରେ କୋକୁଆ ଭୟ ଖେଳିଯାଇଛି ।ପ୍ରଶାସନିକ ନିୟମାବଳୀ ମାନି ଚଳିବା, ମାସ୍କ ପିନ୍ଧିବା,ଅତି ଜରୁରୀ କାମ ନ ଥିଲେ ବାହରକୁ ନ ବାହାରିବା,ବାରମ୍ବାର ହାତ ଧୋଇବା, ସର୍ବସାଧାରଣ ସ୍ଥାନରେ ଅଯଥା ଗହଳି ନ କରିବା, ସାମାଜିକ ଦୁରତ୍ୱକୁ ବଜାୟ ରଖିବା ଆଦି ନିୟମ ମାନି ଚଳିଲେ ଆମେ କରୋନାକୁ ଦୁରେଇ ରଖିପାରିବା ବୋଲି ବେଲଗୁଣ୍ଠା ନୀର୍ବାହୀ ଅଧିକାରୀ ଧରଣୀଧର ବେହେରା ସହରବାସୀଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ