ମୟୁରଝାଲିଆରେ ନିୟୁ ଇଣ୍ଡିଆ ଚୌପାଲ କାର୍ଯ୍ୟକ୍ରମ

ରଣପୁର (ଯୁଗାଦ୍ଦ ନ୍ୟୁଜ): ନୟାଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିୟୁ ଇଣ୍ଡିଆ ଚୌପାଲ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବାପରେ ରବିବାର ଅପରାହ୍ନରେ ରଣପୁର ବ୍ଲକର ମୟୁରଝାଲିଆଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସରକାରୀ ଯୋଜନାର ହିତାଧିକାରୀଙ୍କୁ ସମ୍ମାନିତ କରାଯିବା ସହ ଭିଡିଓ ମଧ୍ୟ ପ୍ରସାରଣ କରାଯାଇଥିଲା । ପରେ ହିତାଧିକାରୀ ସରକାରୀ ଯୋଜନାଗୁଡିକରୁ କିପରି ଲାଭ ଉଠାଇ ପାରିଛନ୍ତି ସେ ସମ୍ପର୍କରେ କହିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାରଙ୍କ ଦ୍ୱରା ନାଟକ, ଲକି ଡ୍ର ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ ହୋଇଥିଲା । ଏଥିସହ ଉପସ୍ଥିତ ସମସ୍ତ ଲୋକଙ୍କୁ ସରକାରୀ ଯୋଜନା ସମ୍ବନ୍ଧରେ ତଥ୍ୟ ଭିତ୍ତିକ ବହି ଏବଂ ଉପକରଣ ପ୍ରଦାନ କରାଯାଇଥିଲା । ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଜୋନ୍ ମାଧ୍ୟମରେ ସରକାରୀ ଯୋଜନା ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଥିଲା । ସେଠାରେ ମଧ୍ୟ ପରିଦର୍ଶନକାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରଖିବା ନିମନ୍ତେ ଜାନ୍ କି ବାତ୍ ବୁଥ୍ର ଆୟୋଜନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ମାଧ୍ୟମରେ ଘରକୁ ଗ୍ୟାସ୍ ସଂଯୋଗ ଦେବାଦ୍ୱାରା ଆଉ ଜାଳେଣି ସମସ୍ୟା ରହିବନାହିଁ ବୋଲି ମୟୁରଝାଲିଆ ଗ୍ରାମର ରବିନ୍ଦ୍ର ମହାରଣା ନିୟୁ ଇଣ୍ଡିଆ କାର୍ଯ୍ୟକ୍ରମରେ ଯୋଗଦେଇ ମତ ଦେଇଥିଲେ । ମୟୁରଝୁଲିଆ ଗ୍ରାମର ଅଲେଖ ପରିଡା ଏହିକାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱଚ୍ଛଭାରତ ଯୋଜନା ଅନ୍ତର୍ଗତ ହେବାପରେ ଘରେ ଘରେ ପାଇଖାନା ବହୁ ଅସୁବିଧାକୁ ଦୂରେଇ ଦେଇଛି ବୋଲି ମତଦେଇଥିଲେ ।
ସୂଚନା ଏବଂ ଦୂରସଂଚାର ମନ୍ତ୍ରାଳୟ ପକ୍ଷରୁ ୨୦୧୯ରେ ଦେଶର ୩୧୮ ଟି ଜିଲ୍ଲାରେ ପାଖା ପାଖି ୮୦୦୦ ଆଉଟ୍ ରିଚ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଯାହାର ନାମ ନିୟୁ ଇଣ୍ଡିଆ ଚୌପାଲ । ସାଧାରଣ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଯୋଜନା ସମ୍ପର୍କରେ ଅବଗତ କରାଇବା ଏବଂ ସେମାନେ ଏହାଦ୍ୱାରା କିଭଳି ପଞ୍ଜିକୃତ କରିବେ ସେଥିପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଦ୍ଦେଶ୍ୟ ଥିଲା । ନୟାଗଡ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ