ମୋବାଇଲ ଦୋକାନ ଓ ଜନସେବା କେନ୍ଦ୍ର ସିଲ୍
ଜଗନ୍ନାଥପ୍ରସାଦ, (ସନ୍ତୋଷ କୁମାର ଜେନା): ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ୧୯ ଘଣ୍ଟିଆ ସଟ ଡାଉନ ନିୟମ କୁ ଅମାନ୍ୟ କରି ଜଗନ୍ନାଥପ୍ରସାଦ ମୁଖ୍ୟ ରାସ୍ତା କଡରେ ଥିବା ଏକ ଜନ ସେବା କେନ୍ଦ୍ର ଓ ମୋବାଇଲ ଦୋକାନ କୁ ତହସିଲ ପକ୍ଷରୁ ସମ୍ପୂର୍ଣ୍ଣ ସିଲ୍ କରି ଦିଆଯାଇଛି। ଏଥି ସହ ନିୟମ ଉଲଂଘନ କାରୀ ମାନଙ୍କ ଠାରୁ ୭୨୦୦ ଟଙ୍କା ଜରିମାନା ଆଦାୟ ହୋଇଛି। ସୂଚନା ଅନୁଯାୟୀ ଉଭୟ ସ୍ଥାନରେ ଭିଡ଼ ପରିଲକ୍ଷିତ ହେଉଥିବା ଖବର ପାଇ ତହସିଲଦାର ବାସୁଦେବ ପାଣ୍ଡେ ଓ ଅତିରିକ୍ତ ତହସିଲଦାର ବାରିଆଲ୍ ମୁର୍ମୁ ,ବରିଷ୍ଠ କିରାଣୀ ଅକ୍ଷୟ କୁମାର ପାତ୍ର ଓ ଜଗନ୍ନାଥ ପ୍ରଶାଦ ପୋଲିସ ଅତର୍କିତ ଭାବେ ଚଢ଼ାଉ କରିଥିଲେ।