ପିଲା ଭୁଲ ପଦକ୍ଷେପ ନେବାକୁ ଯାଉଥିଲେ…

ଅଭିନେତା ସୁଶାନ୍ତ ସିଂ ରାଜପୁତ ଅବସାଦର ଶିକାର ହୋଇ ପଙ୍ଖାରେ ଝୁଲି ଆତ୍ମହତ୍ୟା କରଛନ୍ତି। ଏହି ଖବର ଶୁଣିବା ପରେ ସୁଶାନ୍ତଙ୍କ ପିତା ଗଭୀର ଶୋକରେ ରହିଛନ୍ତି। ମିଳିଥିବା ଖବର ଅନୁସାରେ ସୁଶାନ୍ତ ଦୀର୍ଘ ଦିନ ହେବ ଅବସାଦରେ ଥିଲେ। ତାଙ୍କ ସହ ପରିବାରର କୌଣସି ଲୋକ ରହୁ ନ ଥିଲେ। ଯଦିଓ ସୁଶାନ୍ତଙ୍କ ସହ ତାଙ୍କ ସାଙ୍ଗମାନେ କଥା ହେଉଥିଲେ କିନ୍ତୁ ସେମାନେ ତାଙ୍କୁ ବଞ୍ଚାଇ ପାରି ନ ଥିଲେ। ଯଦି ପିଲାମାନେ ଅବସାଦରେ ଅଛନ୍ତି, ତେବେ ମା’ ବାପାଙ୍କ ଦାୟିତ୍ବ ବହୁତ ବଢ଼ିଯାଏ। ଏହା ଏପରି ଏକ ସ୍ଥିତି, ଯେଉଁଥିରେ ପରିବାର ଓ ମା’ ବାପା ପୀଡ଼ିତ ବ୍ୟକ୍ତିକୁ ତାଙ୍କ ଦୁର୍ଦ୍ଦିନରୁ ବାହାର କରିବାରେ ସବୁଠୁ ଅଧିକ ସାହାଯ୍ୟ କରିପାରିବେ। ଯଦି ଆପଣଙ୍କ ପିଲା ମଧ୍ୟ ଅବସାଦର ଶିକାର ହୋଇ କୌଣସି ଭୁଲ୍ ପଦକ୍ଷେପ ନେବାକୁ ଯାଉଛି, ତେବେ ସେମାନଙ୍କୁ ଏଭଳି ବୁଝାନ୍ତୁ।
ଏକୁଟିଆ ଛାଡ଼ନ୍ତୁନି: ଅବସାଦଗ୍ରସ୍ତ ମଣିଷର ମସ୍ତିଷ୍କରେ ନକାରାତ୍ମକ ବିଚାର ଘର କରିନିଏ। ତାଙ୍କୁ ବଞ୍ଚିବା ଅପେକ୍ଷା ମରିବା ଅଧିକ ସହଜ ଲାଗେ। ସେମାନେ ଏହି ଦୁନିଆରୁ ଲୁଚିବା ପାଇଁ ସ୍ଥାନ ଖୋଜିବାରେ ଲାଗନ୍ତି ଓ ଅନେକ ସମୟରେ ସେମାନଙ୍କୁ ମୃତ୍ୟୁର ରାସ୍ତା ଦେଖା ଯାଇଥାଏ। ଅବସାଦଗ୍ରସ୍ତ ବ୍ୟକ୍ତିକୁ କେବେ ବି ଏକୁଟିଆ ଛାଡ଼ନ୍ତୁନି। ଏହି ସମୟରେ ମଣିଷକୁ ନିଜ ଲୋକଙ୍କ ଆବଶ୍ୟକତା ପଡ଼ିଥାଏ।
କଥା ହୁଅନ୍ତୁ: ଯଦି ଆପଣ ନିଜ ପିଲାଙ୍କ ସହ ଗୋଟିଏ ଘରେ ରହୁ ନାହାନ୍ତି, ତେବେ ତାଙ୍କ ସହ ଫୋନରେ କଥା ହୁଅନ୍ତୁ। ଦିନରେ ଅନେକ ଥର କଥା ହୋଇ ତାଙ୍କ ମନକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଯଦି ସେ ଥରେ ବି ଆତ୍ମହତ୍ୟା କିମ୍ବା ନିଜକୁ କ୍ଷତି ପହଞ୍ଚାଇବା କଥା କୁହନ୍ତି, ତେବେ ଏହାକୁ ହାଲୁକାରେ ନିଅନ୍ତୁ ନାହିଁ। ଅବସାଦରେ ଥିବାବେଳେ ମଣିଷ ଭୁଲ୍ ଠିକ୍ ବୁଝିପାରି ନ ଥାଏ। କିନ୍ତୁ ଆପଣ ତାଙ୍କୁ ଠିକ୍ ରାସ୍ତା ଦେଖାଇପାରିବେ।
ଉତ୍ତମ ପରାମର୍ଶ: ବିଶେଷଜ୍ଞଙ୍କ କହିବାନୁସାରେ ଅବସାଦରେ ଥିବାବେଳେ ଉତ୍ତମ ପରାମର୍ଶ ଦ୍ବାରା ବହୁତ ସାହାଯ୍ୟ ମିଳିଥାଏ। ଯଦି ଆପଣଙ୍କ ପିଲା ଅବସାଦରେ ଅଛନ୍ତି, ତେବେ ଯଥାଶଘ୍ର ତାଙ୍କର କାଉନସେଲିଂ ଆରମ୍ଭ କରନ୍ତୁ। ଯଦି କୌଣସି ବିଶେଷଜ୍ଞ ପାଖକୁ ନେଉ ନାହାନ୍ତି, ତେବେ ନିଜେ କଥା ହୋଇ କାଉନସେଲିଂ କରିପାରିବେ। ନିଜ ପିଲାଙ୍କ ସହିତ ତାଙ୍କ ସ୍ବପ୍ନ ଓ ବିଚାର ଆଦି ସମ୍ପର୍କରେ ଆଲୋଚନା କରନ୍ତୁ। ନିଜ ମନକଥା କହିବା ପରେ ସେମାନଙ୍କ ମନ ବହୁତ ହାଲୁକା ହୋଇଯିବ। ମନରୁ ବୋଝ ହାଲୁକା ହେବା ଭଳି ଅନୁଭବ ହେବ। ହୋଇପାରେ ଆପଣଙ୍କ ରାୟ ତାଙ୍କ ମାର୍ଗଦର୍ଶନ କରିବା ସହିତ ସେ କୌଣସି ଭୁଲ୍ ପଦକ୍ଷେପ ନେବାରୁ ବଞ୍ଚାଇପାରିବେ।
ଯୋଗ: ଯୋଗ ସହାୟତାରେ ଶରୀରରେ ହାପି ହର୍ମୋନ ନିର୍ଗତ ହୋଇଥାଏ। ଫଳରେ ଶରୀରରୁ ଚାପ କମ୍ ହୋଇଥାଏ। ଅବସାଦରେ ପୀଡ଼ିତ ନିଜ ପିଲାଙ୍କୁ ଯୋଗ କରିବା ପାଇଁ ଅନୁପ୍ରାଣିତ କରନ୍ତୁ। ସେମାନଙ୍କୁ ଏପରି ଅସମୟରୁ ଉଦ୍ଧାର କରିବା ପାଇଁ ଆପଣ ମଧ୍ୟ ତାଙ୍କ ସହ ଯୋଗ ଓ ବ୍ୟାୟାମ କରିବା ଆରମ୍ଭ କରନ୍ତୁ।
ଘରର ପରିବେଶ: ଘରେ ଚାଲୁଥିବା କୌଣସି ସମସ୍ୟା, ପାଠପଢ଼ାରେ ଦୁର୍ବଳତା କିମ୍ବା କ୍ୟାରିଅର ଆଦି କାରଣରୁ ପିଲାମାନେ ଅବସାଦର ଶିକାର ହୋଇପାରନ୍ତି। ଅବସାଦଗ୍ରସ୍ତ ଲୋକେ ଉଦାସ ଓ ଦୁଃଖୀ ଅନୁଭବ କରିଥାନ୍ତି। ଏପରିସ୍ଥଳେ ଘରର ପରିବେଶ ସକାରାତ୍ମକ ରଖନ୍ତୁ। ଘରେ ପାର୍ଟିର ଆୟୋଜନ କରିବା ସହ ପିଲାକୁ ନେଇ ସପରିବାର ବାହାରକୁ ବୁଲି ଯାଆନ୍ତୁ। ଅବସାଦଗ୍ରସ୍ତ ବ୍ୟକ୍ତିଙ୍କ ପରିବେଶ ଉତ୍ତମ ରଖନ୍ତୁ ଓ ସେମାନଙ୍କୁ କୌଣସି ଦୁଃଖ କିମ୍ବା କଷ୍ଟ ହେବାକୁ ଦିଅନ୍ତୁ ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ