ରାଇକିଆ ନାଗରିକ ମଞ୍ଚ ତରଫରୁ ଶ୍ରଦ୍ଧାଞ୍ଜଳି ସଭା
ରାଇକିଆ, (ପ୍ରଦୀପ କୁମାର ବେହେରା):ଚୀନ ସୈନ୍ୟଙ୍କ ସହ ସଂଘର୍ଷବେଳେ ଶହୀଦ ହୋଇଥିବା ରାଇକିଆର ଚନ୍ଦ୍ରକାନ୍ତ ପ୍ରଧାନଙ୍କୁ ରାଇକିଆ ନାଗରିକ ମଞ୍ଚ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ନାଗରିକ ମଞ୍ଚ କାର୍ଯ୍ୟାଳୟରେ ସମସ୍ତ ସଦସ୍ୟ ଯୋଗ ଦେଇ ୨ ମିନିଟ ନୀରବ ପ୍ରାର୍ଥନା କରିବା ସହ ଚନ୍ଦ୍ରକାନ୍ତଙ୍କ ସ୍ମୃତିଚାରଣ କରିଥିଲେ। ଚାଇନା ଭାରତ ପ୍ରତି ଆଭିମୁଖ୍ୟ କୁ ନିନ୍ଦା କରାଯାଇ ଥିଲା । ମଞ୍ଚ ସଭାପତି ସୁଶାନ୍ତ କୁମାର ଜେନା, ସମ୍ପାଦକ ମେନେଶ୍ୱର ଦିଗାଳ, ଯୁଗ୍ମ ସମ୍ପାଦକ ମସେସ ଦିଗାଳ, ରାଜ କିଶୋର ପରିଚ୍ଛା, ଅକ୍ଷୟ ପ୍ରଧାନ, ଦୂତି କୃଷ୍ଣ ପଣ୍ଡା, ବିଭୁ ଦତ୍ତ ବେହେରା ଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।


