କୋଭିଡ କେୟାର ହୋମ ପ୍ରସ୍ତୁତ କରାଯାଇଥିବା ଟୁଇଟ ଯୋଗେ ସୂଚନା
ଛତ୍ରପୁର, (ଓ୍ବାଇଏନ୍ଏସ୍) : ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ମୁକବିଲା ନିମନ୍ତେ ନୂତନ ରଣ କୈାଶଳ ନିଦ୍ଧାରଣ କରି ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ସହରରେ ବଡ ବଡ ବସ୍ତିରେ ମଧ୍ୟ କୋଭିଡ କେୟାର ହୋମ କରିବାକୁ କୁହାଯାଇଛି । ଯେଉଁଥିରେ ୧୦ରୁ ୨୦ଜଣ ବ୍ୟକ୍ତି ରହିପାରିବେ । ଥଣ୍ଡା , ଜ୍ୱର କିମ୍ବା କାଶ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ସିଧାସଳଖ ଆଉ କୋଭିଡ ହସ୍ପିଟାଲ ନିଆଯିବ ନାହିଁ । ସେମାନଙ୍କୁ ସେହି କୋଭିଡ କେୟାର ହୋମରେ ରଖାଯିବ । ଯଦି ସେମାନଙ୍କର ନମୁନା ପରୀକ୍ଷାରୁ ରିପୋର୍ଟ ପଜିଟିଭ ଆସେ ତେବେ କୋଭିଡ ହସ୍ପିଟାଲକୁ ପଠାଯିବ । ରିପୋର୍ଟ ନେଗେଟିଭ ଆସିଲେ ସେହି ବ୍ୟକ୍ତି ଘରେ ଚିକିତ୍ସିତ ହୋଇପାରିବ । ଏହା ଛଡା ପରିଚାଳନା ବିକେନ୍ଦ୍ରୀକରଣ କରିବା ପାଇଁ ୱାର୍ଡସ୍ତରୀୟ କମିଟି ସହର ଓ ଗ୍ରାମାଞ୍ଚଳରେ ଗଠନ କରିବା ଗତକ କାଲି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏନେଇ ସରକାରଙ୍କ ନୀୟମ ଅନୁସାରେ ଗଂଜାମ ଜିଲ୍ଲାରେ କୋଭିଡ କେୟାର ହୋମ ପ୍ରସ୍ତୁତ କରାଯାଇଥିବା ଗୁରୁବାର ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ ଯୋଗେ କୋଭିଡ କେୟାର ହୋମ ର ଫୋଟ ସେୟାର କରି ସୂଚନା ଦେଇଛନ୍ତି ।


