ରାଜ୍ୟ ସରକାର ପ୍ରାୟୋଜିତ ରଥଯାତ୍ରା ବନ୍ଦ ବିରୁଦ୍ଧରେ ପ୍ରତିବାଦ

ଭୁବନେଶ୍ୱର (ଓ୍ବାଇଏନ୍ଏସ୍) : ନିଜେ ଚିହ୍ନା ନପଡି ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରାଇ ଓ ନିଜ ଓକିଲଙ୍କ ଦ୍ୱାରା ରଥଯାତ୍ରା ବନ୍ଦ କରାଇବା ଭଳି ଯୁକ୍ତି ରଖି ରାଜ୍ୟ ସରକାର ରଥଯାତ୍ରା ବନ୍ଦ କରାଇଲେ । ଏକ ଗଭୀର ଷଡଯନ୍ତ୍ରର ଅଂଶବିଶେଷ ଭାବେ ଜାଣିଶୁଣି ନିଜ ଓକିଲ ହରିଶ୍ ସାଲଭେଙ୍କ ଦ୍ୱାରା ୧୨ଲକ୍ଷ ଲୋକ ହେବେ,ସଂକ୍ରମଣ ବଢିବ, ଆଇନ ଶୄଙ୍ଖଳା ପରିସ୍ଥିତି ସୄଷ୍ଟି ହୋଇପାରେ ଭଳି ଯୁକ୍ତି ଉପସ୍ଥାପନ କରାଗଲା । ଯାହା ଫଳରେ ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ କଲେ । ଜଗନ୍ନାଥ ଓ ଓଡ଼ିଆଙ୍କର ଅସ୍ମିତା ଓ ବଡ ପରମ୍ପରା ବିରୁଦ୍ଧରେ ଏକ ଗଭୀର ଷଡଯନ୍ତ୍ର ବୋଲି ଆଜି ମାଷ୍ଟରକ୍ୟାଣ୍ଟିନ ଛକରେ ଅନୁଷ୍ଠିତ ଏକ ପ୍ରତିବାଦ ବିକ୍ଷୋଭରେ ଅଭିଯୋଗ କରାଯାଇଛି । ସୁପ୍ରିମକୋର୍ଟରେ ଜାଣିଶୁଣି ବିନା ଭକ୍ତରେ ମେସିନ ବା ହାତୀ ଦ୍ୱାରା ରଥ ଟାଣିବା ପାଇଁ ହାଇକୋର୍ଟଙ୍କ ପ୍ରସ୍ତାବକୁ ଉପସ୍ଥାପନ କରାଗଲା ନାହିଁ । ସେହିଭଳି ରଥଯାତ୍ରା ବନ୍ଦ ପାଇଁ ପିଟିସନ୍ ଦାଖଲ କରିଥିବା ଅନଷ୍ଠାନ ମୁକୁଲ୍ ରୋହତଗୀଙ୍କ ଭଳି ଦାମୀ ଓକିଲଙ୍କ ଫିସ୍ କେଉଁଠୁ ଯୋଗାଡ କଲେ ତାହା ଏହା ପଛରେ ବ୍ୟାପକ ଷଡଯନ୍ତ୍ରକୁ ସୂଚାଉଛି ବୋଲି ଅଭିଯୋଗ କରାଯାଇଛି । ଅଶୋକ କୁମାର ସାହୁ, ଡ଼ଃ ସୁବ୍ରତ ପୃଷ୍ଟି, ଦେବ ପ୍ରସାଦ ପରିଜା, ଦୁଷ୍ମନ୍ତ ସ୍ୱାଇଁ, ମଧୁଲିତା ପରିଡା, ଶାରଦା ପ୍ରସନ୍ନ ସ୍ୱାଇଁ ଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଏ ବିଷୟରେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଜଗନ୍ନାଥଙ୍କ ବିରୁଦ୍ଧରେ ଷଡଯନ୍ତ୍ରକୁ ଜଗନ୍ନାଥ ପ୍ରେମୀ ଓଡ଼ିଆଙ୍କ ନିକଟରେ ପହଞ୍ଚାଯିବ ବୋଲି ଆଜିର ବିକ୍ଷୋଭରେ ଉପସ୍ଥିତ ଆୟୋଜକମାନେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ