କେରାଣ୍ଡି ପଞ୍ଚାୟତକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା

ପାରଳାଖେମୁଣ୍ଡି,  (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ଡାଳିମ୍ବପୁର ଗ୍ରାମ ଠାରେ ୭ଗୋଟି କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଉକ୍ତ ପଞ୍ଚାୟତର ବିଭିନ୍ନ ସ୍ଥାନକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହି ପଞ୍ଚାୟତର କେରାଣ୍ଡି ଠାରୁ ଡାଳିମ୍ବପୁର ପର୍ଯ୍ୟନ୍ତ ପମ୍ପହାଉସ ରୋଡକୁ ସିଲ୍ କରିଦିଆଯାଇଛି । ସେହିପରି ଅମରା ଗ୍ରାମ ଠାରୁ ରାଟିଣୀ ଗ୍ରାମ ପର୍ଯ୍ୟନ୍ତ ପ୍ରବେଶ ଏବଂ ପ୍ରସ୍ଥାନକୁ ନିଷେଧ କରାଯାଇଛି । ସେହିପରି ମହେନ୍ଦ୍ରତନୟା କୂଳରେଥିବା ବିଭିନ୍ନ ଧାନ ଜମିକୁ ନିଷିଦ୍ଧାଅଞ୍ଚଳ ଭାବେ ଘୋଷଣା କରାଯାଇଛି । ୨ହଜାର ଲୋକ ବସବାସ କରୁଥିବା କେରାଣ୍ଡି ଗ୍ରାମକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି । ଏହି ସବୁ ସ୍ଥାନରେ ସମସ୍ତ ପ୍ରକାର ଯାନବାହାନ ଚଳାଚଳ, ପରିବହନ ଏବଂ ଚଳ ପ୍ରଚଳକୁ ନିଷେଧ କରାଯାଇଛି । ଏଠାରେ ରହିଥିବା ସମସ୍ତ ଦୋକାନ ବଜାର ବନ୍ଦ ରଖାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳର ଲୋକମାନଙ୍କୁ ସମସ୍ତ ପ୍ରକାର ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଏହି ଅଞ୍ଚଳ ପାଇଁ ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ, କନିଷ୍ଠ ଯନ୍ତ୍ରୀ ଅରୁଣ କୁମାର ଜେନା, ମେଡିକାଲ ଅଫିସର ପତିତପାବନ ବାରିକ ପ୍ରମୁଖଙ୍କୁ ଦାୟିତ୍ୱ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ