ରଥଯାତ୍ରା ପାଇଁ ଆଉ ୨ ପିଟିସନ୍

ଭୁବନେଶ୍ୱର : ପୁରୀ କ’ଣ ସାରା ଓଡ଼ିଶାରେ ରଥଯାତ୍ରା ବନ୍ଦ ପାଇଁ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ତେବେ ସୁପ୍ରିମକୋର୍ଟଙ୍କ ରାୟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଜଗନ୍ନାଥ ପ୍ରେମୀ । ରଥଯାତ୍ରା କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଆସୁଥିବାବେଳେ କାଲି ରାୟର ପୁନର୍ବିଚାର ନିମନ୍ତେ ଶଙ୍କରାଚାର୍ଯ୍ୟ ବି ଅନୁରୋଧ କରିଥିଲେ । କେତେକ ବ୍ୟକ୍ତି ସୁପ୍ରିମକୋର୍ଟରେ ପିଟିସନ ମଧ୍ୟ ଫାଇଲ କରିଥିଲେ । ଅପରପକ୍ଷରେ ଆଜି ମଧ୍ୟ ୨ ପିଟିସନ ଦିଆଯାଇଛି । କେବଳ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ କୁହାଯାଇଛି । ଆବଶ୍ୟକ ସ୍ଥଳେ ପୁରୀକୁ ସଟଡାଉନ କରି ରଥଯାତ୍ରା କରାଯାଉ ବୋଲି ସୁପ୍ରିମକୋର୍ଟଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି ।
ସୂଚନାଯୋଗ୍ୟଯେ, ଚଳିତ ବର୍ଷ ରଥଯାତ୍ରା ହେବବୋଲି ଆଶା କରାଯାଉଥିଲା । କିନ୍ତୁ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ପିଟିସନ ଦାଖଲ କରାଯାଇଥିଲା । ଏହାର ଶୁଣାଣୀ ବେଳେ ରଥଯାତ୍ରା ହେଲେ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଆବେଦନକାରୀଙ୍କ ଓକିଲ ମଧ୍ୟ ଏଭଳି ଦାବି ଉପସ୍ଥାପନ କରିଥିଲେ । ଫଳରେ ରଥଯାତ୍ରା ପାଇଁ ଅନୁମତି ଦେଲେ ଜଗନ୍ନାଥ କ୍ଷମା ଦେବେନାହିଁ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ