ହତ୍ୟା ମାମଲାରେ ୩ ଅଭିଯୁକ୍ତ ଗିରଫ

ଭଞ୍ଜନଗର,(ଯୁଗାବ୍ଦ ନ୍ୟୁଜ୍): ଗଞ୍ଜାମ ଜିଲା୍ଲ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଚଢେଇଆପଲ୍ଲୀ ଟ୍ରକ ମାଧ୍ୟମରେ ୨ ଜଣ ଯୁବକ କୃର୍ଷ୍ଣ ନାଇକ ଓ ରାମ ଗୈାଡଙ୍କୁ ଟ୍ରକ ମାଡି ହତ୍ୟା କରାଯିବା ଘଟଣାରେ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ପରିଚୟ ଟୁକୁ ପାଢୀ, ଜଗା ପାଣିଗ୍ରାହୀ, ଧନୁ ଦାସ ବୋଲି ଜଣାପଡିଛି । ଅଭିଯୁକ୍ତ ମାନଙ୍କୁ ପଞ୍ଚଭୁତ ଗ୍ରାମରୁ ପୋଲିସ ଗିରଫ କରିବା ସହ ସେମାନଙ୍କ ନାମରେ ମାମଲା ରୁଜୁ କରିବା ସହ କୋର୍ଟ ଚାଲାଣ କରିଛି । ଏହା ସହିତ ସଂପୃକ୍ତ ଟ୍ରକକୁ କରସିଂ ଜଙ୍ଗଲରୁ ଓଡି ଜିରୋ-୭-ଏନ୍ ୯୯୭୭ କୁ ପୋଲିସ ଉଦ୍ଧାର କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ