ଆନ୍ତର୍ଜାତୀୟ ଯୋଗ ଦିବସରେ ଯୁବ ରେଡ୍ କ୍ରସ୍ ତରଫରୁ ସଙ୍ଗରୋଧ କେନ୍ଦ୍ରରେ ଯୋଗ ଶିକ୍ଷା

ଜଗନ୍ନାଥ ପ୍ରସାଦ, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଆଞ୍ଚଳିକ ମହାବିଦ୍ୟାଳୟ ଯୁବ ରେଡକ୍ରସ ଶାଖା ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସରେ ମହାବିଦ୍ୟାଳୟ ପରିସରରେ ଚାଲିଥିବା ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଓଡିଆ ମାନଙ୍କୁ ଯୋଗ ଶିକ୍ଷା ଓ ତାହାର ମହତ୍ତ୍ୱ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଯୁବ ରେଡ୍ କ୍ରସ୍ କାଉନ୍ସିଲର ଅଧ୍ୟାପକ ଲୋକନାଥ ମହାନ୍ତି ସଂଯୋଜନା କରିବା ସହିତ ଯୋଗ ହିଁ ଶରୀରକୁ ନିରୋଗ ରଖେ ଓ ପ୍ରତିଦିନ ଯୋଗ କରିବା ପାଇଁ ଅନ୍ତେବାସୀ ମାନଙ୍କୁ ବୁଝାଇଥିଲେ । ଅନ୍ତେବାସୀ ମାନଙ୍କୁ ଯୋଗ ପ୍ରଶିକ୍ଷକ ସୁଶାନ୍ତ କୁମାର ପାତ୍ର ବିଭିନ୍ନ କୌଶଳ ମାଧ୍ୟମରେ ଅଭ୍ୟାସ କରାଇ ଯୋଗ ଶିକ୍ଷା ଦେଇଥିଲେ । ଯୋଗ ଦ୍ଵାରା ମାନସିକ, ଶାରୀରିକ, ଆଧ୍ୟାତ୍ମିକ ଓ ବୌଦ୍ଧିକ ଶକ୍ତିର ବିକାଶ ହୁଏ ଓ ଏଠାରୁ ଶିକ୍ଷିଥିବା ଯୋଗକୁ ନିଜ ଜୀବନରେ ଲଗାଇବା ପାଇଁ ସାମ୍ବାଦିକ ନିରାକାର ସାହୁ ଅନ୍ତେବାସୀଙ୍କୁ କହିଥିଲେ । ସଙ୍ଗରୋଧ କେନ୍ଦ୍ର ଦାୟିତ୍ଵ ରେ ଥିବା ପଦାର୍ଥ ବିଜ୍ଞାନୀ ପ୍ରଶିକ୍ଷକ ସଙ୍କର୍ଷଣ ପାତ୍ର ଓ ଜୀବ ବିଜ୍ଞାନୀ ପ୍ରଶିକ୍ଷକ ସୁଶାନ୍ତ କୁମାର ପାତ୍ର ଆସନ ଓ ପ୍ରାଣାୟାମ ଉପକାରିତା ସମ୍ପର୍କରେ ସୂଚନା ଦେଇଥିଲେ । ବହୁ ଅନ୍ତେବାସୀ ଯୋଗ ଶିକ୍ଷା ପାଇ ବହୁତ ଖୁସି ହୋଇ ପ୍ରତିଦିନ ଘରେ ପରିବାର ସହ ଯୋଗ କରିବୁ ବୋଲି କହିଥିଲେ । ଡି.ଇ.ଓ ତଥା ଯୁବ ପରାମର୍ଶଦାତା ସରୋଜ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଏହି କରୋନା ମହାମାରୀ ସମୟରେ ଯୋଗ କରିବା ଦ୍ୱାରା ଶରୀରକୁ ଯେଉଁ ସୁସ୍ଥତା ମିଳେ ତାହା ବିନା ଖର୍ଚ୍ଚରେ ରେ ନିଜର ସ୍ୱାସ୍ଥ୍ୟ ବୀମା କରିବା ସହିତ ସମାନ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ ରେଡ୍ କ୍ରସ୍ ସ୍ଵେଚ୍ଛାସେବୀ ଚନ୍ଦନ ବିଶ୍ଵାଳ ଓ ନନ୍ଦନ ବିଶ୍ଵାଳ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ