ଆନ୍ତର୍ଜାତୀୟ ଯୋଗ ଦିବସଛତ୍ରପୁର ଠାରେ ବିଜେପି ପକ୍ଷରୁ ପାଳିତ
ଛତ୍ରପୁର, (ଓ୍ବାଇଏନ୍ଏସ୍) :ଷଷ୍ଠ ତମ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଜ୍ୟ ବିଜେପିର ନିର୍ଦ୍ଦେଶ କ୍ରମେ ଛତ୍ରପୁର ନଗର ମଣ୍ଡଳ ସଭାପତି ସଂଜିତ୍ କୁମାର ରାଉଳ ନେତୃତ୍ୱରେ ସାମାଜିକ ଦୂରତା ରଖି ପୁତି ଗୋପାଳପୁର ସ୍ଥିତ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅସ୍ଥାୟୀ କାର୍ଯ୍ୟାଳୟ ରେ ଯୋଗ ଦିବସ ପାଳିତ ହୋଇଯାଇଛି । ଏଥିରେ ସାଧାରଣ ସମ୍ପାଦକ ଡି. ସୁରେଶ ରେଡ୍ଡୀ ଓ ଅମରେଶ ମହାରଣା , ଶ୍ରୀଧର ରାଓ ,ନାଗେଶ୍ଵର ରାଓ, ବିମଳ କୁମାର ପଣ୍ଡା,ସୁରେଶ କୁମାର,ରଞ୍ଜିତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l