ଜୁଆ ଆଡାରେ ଚଢ଼ାଉ ଚାରି ଜୁଆଡି ଗିରଫ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):କୋରନା କଟକଣା ଲାଗୁ ସତ୍ୱେ ଭଞ୍ଜନଗର ଉପଖଣ୍ଡ ରେ ଥିବା ଲଣ୍ଡେଇ ସାହି ନିକଟସ୍ଥ ବିଛୁଆତି ନିକଟରେ ଏକ ଜୁଆ ଆଡ୍ଡା ଉପରେ ଭଞ୍ଜନଗର ପୋଲିସ ଚଢ଼ାଉ କରି ୪ ଜଣ ଜୁଆଡିଙ୍କୁ ଗିରଫ କରିଛି। ଏଥି ସହିତ ସେମାନଙ୍କ ଠାରୁ ନଗଦ ୫୧୨୦ ଟଙ୍କା ଓ ଦୁଇଟି ମୋଟର ସାଇକେଲ ଜବତ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି l