ଟମାଟ, ବାଇଗଣ, ବନ୍ଧାକୋବିର ଅଭାବୀ ବିକ୍ରି ଚିନ୍ତାରେ ଚାଷୀକୂଳ

ହିଞ୍ଜିଳିକାଟ (ଶେଷଦେବ ସାହୁ) : ଟମାଟ, ବାଇଗଣ, ବନ୍ଧାକୋବିର ଚାହିଦା ନାହିଁ । ଅଭାବୀ ବିକ୍ରିର ଶିକାର ହେଉଛନ୍ତି ହିଞ୍ଜିଳିକାଟୁ ଅଂଚଳର ଚାଷୀକୂଳ । ଟମାଟ, ବାଇଗଣ, ବନ୍ଧାକୋବି କିଲୋଗ୍ରାମ ପ୍ରତି ୩ ରୁ ୪ ଟଙ୍କାରେ କିଣୁଛନ୍ତି ବ୍ୟବସାୟୀ ।ଟମାଟ, ବାଇଗଣ, ବନ୍ଧାକୋବି ପନିପରିବା ଚାଷ ବାବଦରେ ଯେତିକି ଖର୍ଚ୍ଚ ହେଉଛି, ବର୍ତମାନ ପରିବା ଅମଳ କଲାବେଳକୁ ସେତିକି ମଧ୍ୟ ମିଳିବା କଷ୍ଟକର ହୋଇପଡ଼ୁଛି । ଏଣୁ ।ଟମାଟ, ବାଇଗଣ, ବନ୍ଧାକୋବି ପନିପରିବା ଚାଷ କରୁଥିବା ଚାଷୀ ଜମିକୁ ଯିବାକୁ ଉଚିତ ମଣୁନି । ଗଂଜାମ ଜିଲ୍ଳାର ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଖଣ୍ଡରା, ଚାନ୍ଦୁଲି, ବୁରୁପୋଡ଼ା, କାଂଜିଆମା, ତର୍ହର, ଶାସନ ଆମ୍ବଗାଁ, ବାଦିଆମ୍ବଗାଁ, ସିକିରି, ରାଳବ, କେ. ଖରିଡ଼ା, ଆଲପୁର ପ୍ରଭୃତି ଅଂଚଳରେ ଯଥେଷ୍ଟ ପରିମାଣରେ ପନିପରିବା ଆମଦାନୀ କରାଯାଉଛି । ସ୍ଥାନୀୟ ଅଂଚଳରୁ ଆମଦାନୀ କରାଯାଉଥିବା ବିଭିନ୍ନ ପ୍ରକାର ପନିପରିବା ଗଂଜାମ ଜିଲ୍ଲା ସମେତ ନିକଯସ୍ଥ ଅଂଚଳକୁ ରପ୍ତାନି କରାଯାଇଥାଏ । ପନିପରିବା ଦର ଯଥେଷ୍ଟ ପରିମାଣରେ ହ୍ରାସ ପାୁଥିବାରୂ ଚାଷୀକୂଳ ହତାସ ହୋଇପଡ଼ିଛି । ଏହାର ଫାଇଦା ନେଉଛନ୍ତି ମଧ୍ୟସ୍ଥି ଓ ବ୍ୟବସାୟୀ । ଅତ୍ୟନ୍ତ କମ୍ ମୂଲ୍ୟରେ ଚାଷୀ ଠାରୁ ପନିପରିବା କିଣି ଚଢା ଦରରେ ଖାଉଟି ବଜାରରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ହିଞ୍ଜିଳିକାଟୁ ବ୍ଳକ ବୁରୁପଡ଼ା, ଖଣ୍ଡରା, ଚାନ୍ଦୁଲି ପଂଚାୟତର ବହୁ ଟମାଟ, ବନ୍ଧାକୋବି ଓ ବାଇଗଣ ଅମଳ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ଚିନ୍ତାରେ ବସିଥିବା ଦେଖିବାକୁ ମିଳିଛି । ସଂପୃକ୍ତ ଅଂଚଳର ଚାଷୀ ମାନେ ଋଣ କରଜ କରି ଲଗାଇଥିବା ଟମାଟ, ବନ୍ଧାକୋବି ଓ ବାଇଗଣ ଚାଷରେ ଏକର ପିଛା ୪୦ ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି କୋବି ଅମଳ କରିଥିବା ବେଳେ ବର୍ତମାନ ଟମାଟ, ବନ୍ଧାକୋବି ଓ ବାଇଗଣ ଚାହିଦା ବହୁ ନିମ୍ନସ୍ତରକୁ ଖସି ଆସିଛି । ବର୍ତମାନ ସଂପୃକ୍ତ ଅଂଚଳର ଚାଷୀକୂଳ ହଜାର ହଜାର ଟଙ୍କାର ଟମାଟ, ବନ୍ଧାକୋବି ଓ ବାଇଗଣ ଫସଲ ଜମିରେ ପଡ଼ିରହିଛି । ଚାଷୀ ଏବେ ନିଜର ଅମଳ କରିଥିବା ଟମାଟ ତୋଳି ରଖିବା ସହ ବନ୍ଧାକୋବି ଓ ବାଇଗଣ କାଟି ଜମିରେ ରଖିଛି । ଟମାଟ, ବନ୍ଧାକୋବି ଓ ବାଇଗଣ ବିକ୍ରୟ କଲେ ଦର କିଲୋ ପିଛା ୨ ଟଙ୍କାରେ ବିକ୍ରି କରୁଥିବା ବେଳେ କୋବି ଚାଷୀ ମାନେ କରଜ କରି ହଜାର ହଜାର ଟଙ୍କାର ବିହନ ଲଗାଇ ଫସଲ ଆଦାୟର ମୂଲ୍ୟ ପାଇନାହାନ୍ତି । ଯାହା ଫଳରେ ହଜାର ହଜାର ଚାଷୀ ଜମିରେ ଟମାଟ, ବନ୍ଧାକୋବି ଓ ବାଇଗଣ ଅମଳ ପରେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବୁରୁପଡ଼ା ପଂଚାୟତର ପ୍ରାୟ ୫୦୦ରୁ ଉଦ୍ଧ୍ୱର୍ ଚାଷୀ ଟମାଟ, ବନ୍ଧାକୋବି ଓ ବାଇଗଣ ଚାଷ କରିଥିବା ଜଣାପଡ଼ିଛି । ବୁରୁପଡ଼ା ପଂଚାୟତର ପ୍ରତାପ ମଲ୍ଲିକ, ବାୟା ସେଠି, ଅଭି ସାମଲ, ବୁଦ୍ଧିଆ ସ୍ୱାଇଁ, ଓନୁ ସାମଲ ପ୍ରମୂଖ ଚାଷୀ ମାନେ ନିଜ ନିଜର ପ୍ରାୟ ୨ ଏକର ଜମିରେ ପ୍ରାୟ ୪୦ ହଜାର ଟଙ୍କା ବିନିଯୋଗ କରି କୋବି ଚାଷ କରିଥିବା ବେଳେ ବର୍ତମାନ ସୁଦ୍ଧା ୧୦ ହଜାର ଟଙ୍କା ମଧ୍ୟ ଉପାର୍ଜନ କରିନଥିବା କହିଛନ୍ତି । ଟମାଟ, ବନ୍ଧାକୋବି ଓ ବାଇଗଣ ବିହନ ମଂଜି ୧୦ ଗ୍ରାମ ପିଛା ପ୍ରାୟ ୪ ଶହ ଟଙ୍କା ଦେଇ କିଣିବା ପରେ ସାର ପିଡ଼ିଆ ପକାଇବାକୁ ପଡ଼ିଥାଏ । ପରବର୍ତୀ ସମୟରେ ଅମଳ କରାଯାଇଥିବା ଫସଲକୁ ରୋଗ ପୋକ ଦାଉରୁ ରକ୍ଷା କରିବା ଲାଗି କିଟନାଶକ ଔଷଧ ପ୍ରୟୋଗ କରାଯାଇଥାଏ । ପରିବାରର ୩ ରୁ ୪ ଜଣ ସଦସ୍ୟ ପରିଶ୍ରମ କରି ଫସଲ ଉପୁଜାଇଥାନ୍ତି । ବର୍ତମାନ ପରିସ୍ଥିତିରେ ଲାଭତ ଦୂରର କଥା ପରିଶ୍ରମର ମୂଲ ମଧ୍ୟ ମିଳୁନଥିବା ଯୋଗୁଁ ବାଧ୍ୟ ହୋଇ ଅମଳ କରିଥିବା ଟମାଟକୁ ନତୋଳିବା ସହ , ବନ୍ଧାକୋବି ଓ ବାଇଗଣକୁ ନକାଟି ଜମିରେ ଛାଡ଼ି ଦେଇଥାନ୍ତି ବୋଲି ବହୁ ଚାଷୀ କହିଛନ୍ତି । ଏଥି ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଇ ସରକାରୀ ସହାୟତା ପ୍ରଦାନ କରିବାକୁ ଅଂଚଳର ଚାଷୀକୂଳ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ