ସରିଲା ପାଟକୁରା ନିର୍ବାଚନ ଫଳାଫଳ ୨୪ ରେ

(ଯୁଗାବ୍ଦ ନ୍ୟୁଜ) ଶେଷ ହୋଇସାରିଛି ପାଟକୁରା ବିଧାନସଭା ନିର୍ବାଚନ । ପାଟକୁରା ନିର୍ବାଚନମଣ୍ଡଳିର ଭୋଟର ୩୦୯ଟି ବୁଥରେ ମତଦାନ କରି ନେତା ବାଛିଛନ୍ତି । ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିଛନ୍ତି ୨ଲକ୍ଷ ୪୪ହଜାର ୭୪୭ ଭୋଟର । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୨୭ ହଜାର ୪୩୧ ପୁରୁଷ ଭୋଟର ଥିବା ବେଳେ ୧ ଲକ୍ଷ ୧୭ ହଜାର ୩୦୬ ଜଣ ମହିଳା ଭୋଟର ଥିଲେ । ଇଭିଏମରେ ସିଲ୍ ହୋଇଯାଇଛି ୧୦ ପ୍ରାର୍ଥୀଙ୍କ ଭାଗ୍ୟ। ୨୦୧୪ ନିର୍ବାଚନରେ ୭୦ ପ୍ରତିଶତ ମତଦାନ ହୋଇଥିବା ବେଳେ ଚଳିତ ନିର୍ବାଚନରେ ୭୩.୧୯ ପ୍ରତିଶତ ମତଦାନ ରେକର୍ଡ଼ କରାଯାଇଛି।ଆସନ୍ତା ୨୪ ତାରିଖରେ ଭୋଟ୍ ଗଣତି ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ