ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର କୁଳପତି ଚୟନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
(ଯୁଗାବ୍ଦ ନ୍ୟୁଜ) ଦକ୍ଷିଣ ଓଡିଶା ର ପ୍ରମୁଖ ଶିକ୍ଷାକେନ୍ଦ୍ର ବ୍ରହ୍ମପୁର ବିଶ୍ୱବିଦ୍ୟଳୟ ର ନୂତନ କୁଳପତି ଚୟନ ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନ୍ୟପଟେ କୁଳାଧିପତି ଙ୍କ କାର୍ଯ୍ୟାଳୟ କୁ କୁଳପତି ଚୟନ ପାଇଁ ୩ ଜଣିଆ କମିଟି କୁ ସବୁଜ ସଙ୍କେଚ ମିଳିଛି । ଚୟନ କମିଟି ରେ ଅଛନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ଆଦିତ୍ୟପ୍ରସାଦ ପାଢୀ ଅବସର ପ୍ରାପ୍ତ ଆଇଏସ ଚିନ୍ମୟ ବସୁ ଓ ଉଚ୍ଚଶିକ୍ଷା ବିଭାଗର ଉପାଦକ୍ଷ ଡ.ଏକେ ଦାସ । ଏହି କମିଟି ରେ କୁଳାଧିପତି ଙ୍କ ପ୍ରତିନିଧି ଭାବେ ଶ୍ରୀ ବସ ୁଙ୍କୁ କମିଟି ର ଅଧକ୍ଷ ଭାବେ ନିଯୁକ୍ତି ମିଳିଛି । ସେପଟେ ୟୁଜିସି ର ପ୍ରତିନିଧି ଭାବେ ପ୍ରଫେସର ପାଢୀ ଏବଂ ସିଣ୍ଡିକେଟ ର ପ୍ରତିନିଧି ଭାବେ ଡ.ଦାସ ରହିଛନ୍ତି । କୁଳପତି ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୨୦ ଥିବା ବେଳେ ଏହି କମିଟି କୁଳପତି ଚୟନ କରି ୩ ଜଣ ଙ୍କ ନାମ କୁଳାଧିପତି ଙ୍କ ନିକଟ କୁ ପଠାଇବେ । ସୂଚନା ଅନୁସାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସ ଙ୍କ କାର୍ଯ୍ୟକାଳ ଅଗଷ୍ଟ ୩ ତାରିଖରେ ସରିବ ।