ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗରେ ମୋଦିଙ୍କ ଉପରେ ୭୨% ଭାରତୀୟଙ୍କ ଭରସା
ନୂଆଦିଲ୍ଲୀ: ସୀମା ବିବାଦକୁ ନେଇ ଚୀନ ଓ ଭାରତର ସମ୍ପର୍କ ତିକ୍ତତା ପ୍ରକାଶ ପାଇଥିବା ବେଳେ ଏକ ସର୍ଭେ ରିପୋର୍ଟରେ କୁହାଯାଇଛି ସେ ଦେଶର ପ୍ରାୟ ୭୨% ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଭରସା କରୁଛନ୍ତି । ସମାଜର ବିଭିନ୍ନ ବର୍ଗ (ଆୟ, ଜାତି, ଶିକ୍ଷା ଏବଂ ସ୍ଥାନ ଅଧିକାର) ର ଲୋକ ଏହି ପ୍ରସଙ୍ଗରେ ମୋଦିଙ୍କ ଉପରେ ଦୃଢ଼ ଆସ୍ଥା ପ୍ରକଟ କରିଛନ୍ତି । ଆଇଏଏନଏସ ଏବଂ ସି ଭୋଟର ଦ୍ୱୋରା କରାଯାଇଥିବା ଏହି ସର୍ଭେରେ ଲୋକଙ୍କୁ ପ୍ରଶ୍ନ କରାଯାଇଥିଲା କି ସେମାନେ ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗରେ ମୋଦିଙ୍କ ଉପରେ କେତେ ମାତ୍ରାରେ ଭରସା କରନ୍ତି? ଏହାର ଜବାବରେ ୭୨.୬% ଲୋକ କହିଥିଲେ ଯେ ଏହି ବିଷୟକୁ ନେଇ ସେମାନଙ୍କର ମୋଦିଙ୍କ ଉପରେ ଦୃଢ଼ ଆସ୍ଥା ଅଛି । ୧୬.୨% ଲୋକ କହିଥିଲେ ଯେ ସେମାନଙ୍କର କିଛି ମାତ୍ରାରେ ଭରସା ଅଛି ଏବଂ ୧୧.୨% ଲୋକ କହିଥିଲେ ଯେ ସେମାନଙ୍କର ମୋଦିଙ୍କ ଉପରେ ଆଦୌ ଆସ୍ଥା ନାହିଁ ।