ଏଏସ୍ଆଇ କୋର କମିଟିର ଗର୍ଭଗୃହ ଯାଞ୍ଚ
ପୁରୀ : ଶ୍ରୀମନ୍ଦିରରେ ଏଏସ୍ଆଇ(ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ) କୋର କମିଟି ଗର୍ଭଗୃହ ଯାଞ୍ଚ କରିଛନ୍ତି। ମହାପ୍ରଭୁ ୯ ଦିନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବା ଅବସରରେ ଗୁରୁବାର ଯାଞ୍ଚ ପରେ ଉକ୍ତ ୯ ଦିନ ମଧ୍ୟରେ ଆବଶ୍ୟକ ମରାମତି କରାଯିବ ବୋଲି ଏଏସ୍ଆଇ ଅଧିକାରୀ କହିଛନ୍ତି। ଏଏସ୍ଆଇ କୋର କମିଟି ସଦସ୍ୟ ଏନ୍.ସି. ପାଲ ଓ ଅନ୍ୟ ସଦସ୍ୟଗଣ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କରିଥିଲେ। ଗର୍ଭଗୃହରେ ଲାଗିଥିବା ଶୀତତାପ ନିୟନ୍ତ୍ରଣ ଯନ୍ତ୍ର (ଏସି) ଯୋଗୁଁ ଗର୍ଭଗୃହ ଝାଳୋଉଛି। ଯାହା ଗର୍ଭଗୃହ କାନ୍ଥ ଉପରେ ପ୍ରଭାବ ପକାଉଛି। ଏହାଏ କିଭଳି ଦୂର ହେବ ସେ ନେଇ ପଦକ୍ଷେପ ନିଆଯିବ ବୋଲି ଆଲୋଚନା ହୋଇଥିବା ଜଣାପଡ଼ିଛି। ଏହାସହିତ କମିଟି ନାଟମଣ୍ଡପ ବିମ୍ରେ ଥିବା ଫାଟ ଓ ଅନ୍ୟ ପାର୍ଶ୍ବଦେବାଦେବୀ, ଶ୍ରୀମନ୍ଦିର ଚାରିଦ୍ବା୍ର ଗୁମୁଟ ଯାଞ୍ଚ କରିଥିଲେ। ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟ ଛାତ ଦୀର୍ଘ ଦିନ ହେବ ମରାମତି ହୋଇପାରି ନଥିଲା। ଏହାର ମରାମତି ପାଇଁ ଆଜି ଠାରୁ ଭାରା ବନ୍ଧାଯାଇଛି। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଶ୍ରୀମନ୍ଦିର ନୀଳଚକ୍ର ଓ ଆର୍ଥିଂର ଆଜି ଯାଞ୍ଚ କରାଯାଇନାହିଁ। ରଥଯାତ୍ରା ପୂର୍ବରୁ ବଜ୍ରପାତରେ ଶ୍ରୀମନ୍ଦିର ନୀଳଚକ୍ରରେ ବନ୍ଧା ଯାଇଥିବା ବାାଉଁଶ ଜଳି ଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଶ୍ରୀମନ୍ଦିର ଆର୍ଥିଂ ଦୁର୍ବଳ ଥିବା ନେଇ ଅଭିଯୋଗ ହୋଇଥିଲା।


