ସେବାୟତ ବେଶରେ ଛଦ୍ମବେଶୀ
ଭୁବନେଶ୍ୱର : ଚଳିତ ବର୍ଷ ହଁ ନାଁ ଭିତରେ ରଥଯାତ୍ରା ହୋଇଛି । ଏଥିପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଆଧାରରେ ବହୁ କଡ଼ା କଟକଣା କରାଯାଇଛି । ସେବାୟତଙ୍କ ବ୍ୟତୀତ କେହି ରଥ ଟାଣିପାରିବେ ନାହିଁ କିମ୍ବା ମହାପ୍ରଭୂଙ୍କୁ ଦର୍ଶନ କରିବାକୁ ମନ୍ଦିର ଭିତରକୁ ଯାଇପାରିବେ ନାହିଁ ବୋଲି କୁହାଯାଇଛି । ତେବେ ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧାମୂର୍ତିଙ୍କ ଦର୍ଶନ ପାଇଁ ୨ ଜଣ ଭକ୍ତ ସେବାୟତ ବେଶରେ ଯାଇଥିବା ଜାଣିବାକୁ ମିଳିଛି । ସେବାୟତ ବେଶରେ ସେମାନେ ମଙ୍ଗଳ ଆରତୀ ବେଳେ ମନ୍ଦିର ଭିତରେ ଥିଲେ । ସେବାୟତଙ୍କ ଭଳି ପାଟ ପିନ୍ଧି ମନ୍ଦିର ଭିତରକୁ ଯାଇଥିଲେ । କେତେକ ସେବାୟତ ଏନେଇ ଜାଣିବା ପରେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । କୁମ୍ଭାରପଡ଼ା ପୁଲିସ ସେଠାରେ ପହଁଚି ଦୁଇ ସେବାୟତଙ୍କୁ ଅଟକ ରଖିବା ସହ ପଚରାଉଚରା କରୁଛି । ପଚରାଉଚରା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।