ରାଜ୍ୟ ରେ ବଢି ଚାଲିଛି ନାବାଳିକା ଙ୍କ ପ୍ରତି ଅତ୍ୟାଚାର ଅଭିଯୋଗ କରି ସରକାର ଙ୍କୁ ଘେରିଲେ ବିରୋଧୀ

(ଯୁଗାବ୍ଦ ନ୍ୟୁଜ )ନାବାଳିକାକୁ ଦୁଷ୍କର୍ମ ଓ ନିଖୋଜ ପ୍ରସଙ୍ଗରେ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିଛନ୍ତି ବିଜେପି ସଦସ୍ୟ । ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ତେବେ କଂଗ୍ରେସ ବିଧାୟକମାନେ ନିଜ ନିଜ ଆସନରେ ଛିଡା ହୋଇ ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଥିଲେ । ଗୃହ ଚାଲି ନପାରିବାରୁ ଅପରାହ୍ନ ୩ଟା ଯାଏ ଗୃହ ମୁଲତବୀ ରଖାଯାଇଛି । ଏହି ପ୍ରସଙ୍ଗରେ ଗତକାଲି ମଧ୍ୟ ବିରୋଧୀମାନେ ହଟ୍ଟଗୋଳ କରିବା ସହ କଂଗ୍ରେସ ବିଧାୟକମାନେ ବିଧାନସଭା ବାହାରେ ବସିଥିଲେ ।ଯେଉଁକାରଣରୁ ଗୃହ ବାରମ୍ବାର ଅଚଳ ହୋଇଥିଲା । ଏହି ପ୍ରସଙ୍ଗରେ ଆଲୋଚନା କରି ଗତକାଲି କଂଗ୍ରେସ ନେତା ନରସିଂହ ମିଶ୍ର ପ୍ରଶ୍ନ କରିଥିଲେ, ଦାୟିତ୍ୱବାନ ସରକାରଙ୍କ ଦାୟିତ୍ୱ କଣ । ୨୦୧୯ ଜାନୁଆରୀରୁ ଜୁନ ମଧ୍ୟରେ ରାଜ୍ୟର ୧୦୦୫ ନାବାଳିକା ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ୨୦୧୯ରେ ୩ ମାସରେ ୫୦୨ ନାବାଳିକା ନିଖୋଜ ଅଛନ୍ତି କିନ୍ତୁ ପୋଲିସ ଖୋଜିକି ପାଉନି ବୋଲି ଅଭିଯୋଗ କରିଥିଲେ ନରସିଂହ ମିଶ୍ର । ଗୋଟିଏ ପଟେ ଏହି ପ୍ରସଙ୍ଗରେ ବିଧାନସଭା ହୁଲୁସ୍ତୁଲ ହେଉଥିବାବେଳେ ଅନ୍ୟପଟେ ପୁଣି ଦୁଇଟି ସ୍ଥାନରେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଘଟଣା ସାମ୍ନାକୁ ଆସିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ