ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ କ୍ରୀଡା ରେ ଭାରତ ର ଦବଦବା ,୧୫ ଟି ସ୍ୱର୍ଣ୍ଣ ହାସଲ କଲା ଭାରତୀୟ ଦଳ

(ଯୁଗାବ୍ଦ ନ୍ୟୁଜ) କଟକ ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ୨୧ ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ପ୍ରତିଯୋଗୀତାରେ ଭାରତ ଚମ୍ପିଆନ୍ ହୋଇଛି । ଭାରତୀୟ ଦଳ ଉଭୟ ଦଳଗତ ଓ ବ୍ୟକ୍ତିଗତ ମ୍ୟାଚରେ ସ୍ୱର୍ଣ୍ଣପଦକ ହାସଲ କରିଛି । ଭାରତ ଟୁର୍ଣ୍ଣାମେଂଟରେ ମୋଟ୍ ୧୫ଟି ପଦକ ଜିତିଛି । ଏହା ମଧ୍ୟରେ ୭ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ ରହିଛି ।ତେବେ ପ୍ରତ୍ୟେକ ବିଭାଗରେ ଭାରତୀୟ ଖେଳାଳି ସ୍ୱର୍ଣ୍ଣପଦକ ଜିତି ଏକ ନୂଆ କିର୍ତ୍ତିିର୍ମାନ ରଚିଛନ୍ତି । ଗତ ୧୭ ତାରିଖରୁ ଏହି ଟୁର୍ଣ୍ଣାମେଂଟ ଖେଳାଯାଉଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ । ନବୀନ ବିଜୟୀ ଖେଳାଳିମାନଙ୍କୁ ସମ୍ମାନୀତ କରିବା ସହ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ