ପକ୍ଷୀବସା ଭଳି ରେସ୍ତୋରାଁ

ପର୍ଯ୍ୟଟକଙ୍କ ଭ୍ରମଣ କାହାଣୀକୁ ଆଉ ଟିକିଏ ରୋମାଞ୍ଚକର କରିବା ଲାଗି ପୃଥିବୀର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ବିଭିନ୍ନ ଆକର୍ଷଣୀୟ ସ୍ଥାନ ନିର୍ମାଣ କରାଯାଇଛି । ସେଭଳି ଏକ ସ୍ଥାନ ହେଉଛିି ଥାଇଲାଣ୍ଡର ସୋନେଭା କିର୍ଲ ଇକୋ ରିସୋର୍ଟ । ପ୍ରାକୃତିକ ସୌନ୍ଦର୍ଯ୍ୟ ଘେରା ଏହି ସ୍ଥାନରେ ପର୍ଯ୍ୟଟକମାନେ ସୁସ୍ୱାଦୁ ଖାଦ୍ୟପେୟ ସହ ରାତ୍ରିଯାପନ କରିବାର ସୁବିଧା ମଧ୍ୟ ପାଇପାରିବେ । ଏହି ରିସୋର୍ଟର ଏକ ସ୍ୱତନ୍ତ୍ରତା ହେଉଛି ଏଠାକାର ରେସ୍ତୋରାଁ । “ବାର୍ଡସ୍ ନେଷ୍ଟ ରେସ୍ତୋରାଁ’ ଭାବେ ପରିଚିତ ଏହି ସ୍ଥାନଟି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାଏ । ଯେଭଳିକି ଏହାର ନାଁ ରହିଛି ବାର୍ଡସ୍ ନେଷ୍ଟ, ଏହି ରେସ୍ତୋରାଁ ନିର୍ମାଣ ହୋଇଛି ସୁଉଚ୍ଚ ବିଶାଳ ଗଛ ଉପରେ । କେବଳ ସେତିକି ନୁହେଁ, ଏହି ରେସ୍ତୋରାଁ ତଳେ ଏକ ଝରଣା ମଧ୍ୟ ରହିଛି । ଭୂପୃଷ୍ଠରୁ ପ୍ରାୟ ୧୬ ଫୁଟ ଉଚ୍ଚରେ ନିର୍ମିତ ହୋଇଛି କାଠ ଏବଂ ଚମଡାର ବିଭିନ୍ନ ପୋଡ୍ । ଏହି ପୋଡ୍ରେ ବସି ପର୍ଯ୍ୟଟକମାନେ ସୁସ୍ୱାଦୁ ଭୋଜନ ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ମଧ୍ୟ ନେଇପାରିବେ । ଏହି ରେସ୍ତୋରାଁର ଆଉ ଏକ ସ୍ୱତନ୍ତ୍ରତା ହେଉଛି, ଏଠାରେ ୱେଟରମାନେ ଗଛ ସହ ସଂଶ୍ଳିଷ୍ଟ ଜିପ୍ ଲାଇନ୍ ମାଧ୍ୟମରେ ଉଡ଼ିଆସି ଅର୍ଡର ନେବା ସହ ଖାଦ୍ୟ ମଧ୍ୟ ପରଷିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ