ବୁଢ଼ିଆଣୀ ପିଠିରେ ମଣିଷ ମୁହଁ
ସେଣ୍ଟ୍ରାଲ ଚାଇନାର ହ୍ୟୁନାନ୍ ଅଞ୍ଚଳରୁ ଏକ ଭିନ୍ନ ପ୍ରଜାତିର ବୁଢ଼ିଆଣୀ ପିଠିରେ ଅବିକଳ ମଣିଷ ମୁହଁ ଭଳି ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ଏହି ବୁଢ଼ିଆଣୀର ଭିଡିିିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ମୁହଁରେ ପୂରା ଆଖି, ପାଟି ରହିଥିବା ଜଣାଯାଉଛି । ଚାଇନାର ନ୍ୟୁଜପେପର ପିପୁଲସ୍ ଡେଲି ଚାଇନା ଏହି ଭିଡିିଓକୁ ତା’ ଟୁଇଟର ପେଜ୍ରେ “ସ୍ପାଇଡର ମ୍ୟାନ୍ ମିଳିଛି କି?’ କ୍ୟାପଶନ ସହ ଶେୟାର କରିଛି । ହ୍ୟୁନାନ ଅଞ୍ଚଳର ଜିଆଙ୍ଗଜିଙ୍ଗ ସହରରେ ରହୁଥିବା ଲି’ ନାମକ ଜଣେ ମହିଳା ତାଙ୍କ ଘରେ କୁଣ୍ଡରେ ଲଗାଯାଇଥିବା ଏକ ଗଛରେ ବୁଢିଆଣୀକୁ ଦେଖିବାକୁ ପାଇଥିଲେ । ଲି’ କହନ୍ତି, ବୁଢ଼ିଆଣୀ ପିଠିରେ ପଡ଼ିଥିବା ରେଖାଗୁଡିକ ଠିକ୍ ମଣିଷ କେଶ ଭଳି ଦେଖାଯାଉଛି ।


