ପେଟ୍ରୋଲ, ଡିଜେଲ ଦରବୃଦ୍ଧିରେ ବନ୍ତ ସିପିଆଇର ବିକ୍ଷୋଭ

ବନ୍ତ, (ଚାନ୍ଦିନୀ ମହାନ୍ତି):ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସର୍ବଭାରତୀୟ ଆନ୍ଦୋଳନ ପରିପେକ୍ଷୀରେ ସିପିଆଇ ବନ୍ତ ଅଞ୍ଚଳ କମିଟି ପକ୍ଷରୁ ବନ୍ତ ଠାରେ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଉପରୁ ଅତିରିକ୍ତ ଟିକସ ହ୍ରାସ ସହିତ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ରୋକିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି । ଦେଶର ଜନସାଧାରଣଙ୍କୁ କରୋନା ମହାମାରୀ ସମୟରେ ଆର୍ଥିକ ସଙ୍କଟରୁ ମୁକୁଳିବା ପାଇଁ ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଏହାର ପ୍ରତିବାଦରେ ମଙ୍ଗଳବାର ସିପିଆଇର ସାଥୀ ସମର୍ଥକ ମାନେ ବନ୍ତ ପାର୍ଟି କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ପେଟ୍ରୋଲ, ଡିଜେଲ ଦରବୃଦ୍ଧି ପ୍ରତ୍ୟାହାର ଦାବୀ ସ୍ଲୋଗାନ ଦେଇ ବଜାର ପରିକ୍ରମା କରି ଡାକ୍ତରଖାନା ସମ୍ମୁଖରେ ସମବେତ ହୋଇଥିଲେ । ସେଠାରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ବରିଷ୍ଠ ନେତା ଗୋପବନ୍ଧୁ ସେଠୀ ସଭାପତିତ୍ୱ କରିଥିଲେ । ଏଥିରେ ସିପିଆଇ ଜୋନ୍ ସମ୍ପାଦକ ରମେଶ ଜେନା, ପୂର୍ବତନ ସରପଞ୍ଚ ନାରାୟଣ ଚନ୍ଦ୍ର ସ୍ୱାଇଁ, ନିରଞ୍ଜନ ନାୟକ, କିଶୋର ବେହେରା ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ କାର୍ଯ୍ୟକ୍ରମ ବିରୁଦ୍ଧରେ ଏକଜୁଟ୍ ହେବା ପାଇଁ ଆହ୍ୱାନ ଦେବା ସହିତ ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରତ୍ୟାହାର ପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ ଶୋଭାଯାତ୍ରା, ଗଣବିକ୍ଷୋଭ ଓ ପଥପ୍ରାନ୍ତ ସଭାରେ ପର୍ଶୁରାମ ସ୍ୱାଇଁ, ପଞ୍ଚାନନ ସେଠୀ, ବିଷ୍ଣୁ ଚରଣ ଜେନା, ଜୟନ୍ତ ଜେନା, ନୃସିଂହ ଦାସ, ସଞ୍ଜୟ ସାମଲ, ନାରାୟଣ ଜେନା, ଗିରିଧାରୀ ଜେନା, ରବିନ୍ଦ୍ର ତରେଇ, ରବିନ୍ଦ୍ର ଜେନା, କୃଷ୍ଣ ଚନ୍ଦ୍ର ଜେନା, ପବିତ୍ର ସେଠୀ, ପଦ୍ମନାଭ ସ୍ୱାଇଁ, ରଙ୍ଗାଧର କାଣ୍ଡି ପ୍ରମଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ