କିଶାନ ମଜଦୁର ସଭାର ସର୍ବଭାରତୀୟ ସାଧାରଣ ବୈଠକ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ଅଖିଳ ଭାରତ କିଶାନ ମଜଦୁର ସଭାର ସର୍ବଭାରତୀୟ  ସାଧାରଣ ପରିଷଦ  ଆସନ୍ତା ଜୁଲାଇ ୩୦ ଓ ୩୧ ଦୁଇଦିନ ଧରି ବ୍ରହ୍ମପୁର ପ୍ରକାଶମ ହଲ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ  ଏଥିରେ  ଦେଶର ବିଭିନ୍ନ ରାଜ୍ୟର ପ୍ରାୟ ଦୁଇଶହ କୃଷକ ନେତା ଯୋଗଦେଇ କୃଷିକ୍ଷେତ୍ରରେ ଦେଖାଯାଉଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ଆନ୍ଦୋଳନ ପାଇଁ ରଣନୀତି ପ୍ରସ୍ତୁତ କରିବେ । ଏହାସହ ଦେଶର କୃଷକଙ୍କ ମଧ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବା ଭୁମିହୀନତା, ଭୂସଂସ୍କାର, ତଥା ରାଜ୍ୟସରକାରଙ୍କ ଦ୍ୱାରା କାଳିଆ , ପିଏମ କିଶାନ, ରଇତବନ୍ଧୁ ପରି ଶସ୍ତାୀ ଯୋଜନା ଓ ତାର ପ୍ରଭାବ ଉପରେ ଆଲୋଚନା କରାଯିବ । ଏହା ସହ  ଦେଶର ଅତ୍ୟାଧିକ ଅଞ୍ଚଳରେ ମରୁଡି ପରିସ୍ଥିତି ଏବଂ ତାର ସ୍ଥାୟୀ ସମାଧାନ କରିବାରେ ସରକାରଙ୍କ ବିଫଳତା , ଜଳସଙ୍କଟ, ଜଲସେଚନ ତଥା ଅନ୍ତଃ ରାଜ୍ୟ ଜଳ ବଣ୍ଟନ ପ୍ରସଙ୍ଗରେ ଜାତୀୟ ପରିଷଦରେ ଆଲୋଚନା କରାଯିବ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ