ମାନସିକ ବିକାର ଗ୍ରସ୍ତ ବ୍ୟକ୍ତିଙ୍କ ଉନ୍ମତ କାଣ୍ଡକୋଡ଼ି ମାଡ଼ରେ ମହିଳା ଗୁରୁତର

ହିଂଜିଳିକାଟୁ,(ଶେଷଦେବ ସାହୁ): ହିଂଜିଳି ଥାନା ପିତଳ ଛକ ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି । ଜୈନିକ ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଉନ୍ମତ କାଣ୍ଡ ଦେଖିବାକୁ ମିଳିଛି । ମାନସିକ ବିକାର ଗ୍ରସ୍ତ ଯୁବକଙ୍କ କୋଡ଼ି ମାଡ଼ରେ ଜୈନିକା ମହିଳା ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମହିଳା ଜଣକ ହିଂଜିଳି ଥାନା ରାମଚନ୍ଦ୍ରପୁର ଗ୍ରାମର ସୁରେନ୍ଦ୍ର ଗୌଡ଼ଙ୍କ ସ୍ତ୍ରୀ ନମିତା ଗୌଡ଼(୪୬) ବୋଲି ଜଣାପଡ଼ିଛି । ପ୍ରକାଶ ଯେ, ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ ୩ଟାରେ ମହିଳା ଜଣକ ପିତଳ ନିକଟସ୍ଥ ଚାଷ ଜମିରୁ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ପିତଳ ଛକ ନିକଟରେ ଜୈନିକ ମାନସିକ ବିକାର ଗ୍ରସ୍ତ ଯୁବକ, ହଠାତ ମହିଳା ଜଣକ ଧରିଥିବା କୋଡ଼ିକୁ ଛଡ଼ାଇ ଆଣି କୋଡ଼ିରେ ମହିଳାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା । ଆକ୍ରମଣରେ ମହିଳା ଜଣକ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହିଂଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ହିଂଜିଳି ପୋଲିସ ଘଟଣା ସ୍ଥଳରେ ପଂହଚି ମାନସିକ ବିକାର ଗ୍ରସ୍ତ ଯୁବକଙ୍କୁ ଥାନାକୁ ଆଣି ଘଟଣାର ତଦନ୍ତ ଚଳାଇଛି । ଏ ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଥାନା ଭରେପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ଆକ୍ରମଣକାରୀ ମାନସିକ ବିକାର ଗ୍ରସ୍ତ ଯୁବକଙ୍କ ପରିଚୟ ମିଳି ପାରିନାହିଁ ।
ଫଟୋ – ଗୁରୁତର ମହିଳା ନମିତା ଗୌଡ଼

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ