ସ୍ୱାସ୍ଥ୍ୟ ସମିତି ସମୀକ୍ଷା ବୈଠକ

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ): ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସମୀକ୍ଷା ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରି ମାତୃମୁତ୍ୟ ଘଟିଥିବା ନେଇ ୩ ଟି ମାମଲାର ସମୀକ୍ଷା କରିଛନ୍ତି । ସେଥିରୁ ଗୋଟିଏ ମାମଲାର ମାଜିଷ୍ଟ୍ରେଟ୍ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଶେରଗଡ ବ୍ଲକ ରୀନା ଖଣ୍ଡୁଆଳ ନାମକ ଜନସାଧାରଣଙ୍କ ଉନ୍ନତି କରଣ ପାଇଁ ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କର ସମୂଚିତ ଦାୟିତ୍ୱ ରହିଛି । ଦାୟିତ୍ୱ ସମ୍ପନ୍ନ କରିବା ପାଇଁ ମୁଁ ସମସ୍ତଙ୍କୁ ଉତ୍ସାହିତ କରିଛି । କୌଣସି ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀଙ୍କ ଉପରେ ପ୍ରଭୃତ ବିସ୍ତାର କରିବାକୁ ମୁଁ ଆନ୍ତରିକ ଭାବେ ନାପସନ୍ଦ କରେ । ମିଳିତ ଭାବରେ କାର୍ଯ୍ୟ କଲେ ପ୍ରଶାସନିକ ବ୍ୟବସ୍ଥା ଦ୍ରୁତ ଭାବରେ ଆଗେଇ ପାରିବ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସମୀକ୍ଷା ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ମର୍ମରେ ପ୍ରକାଶ କରିଛନ୍ତି । ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଜନସାଧାରଣଙ୍କ ସହଭାଗିତା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି । ଜିଲ୍ଲାର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସ୍ୱାସ୍ଥ୍ୟ ପୁସ୍ତିକା ପ୍ରବର୍ତ୍ତନ କରାଯିବ । ଏହାକୁ ପ୍ରଥମେ ପରୀକ୍ଷା ମୂଳକ ଭାବେ ଆରମ୍ଭ କରାଯିବ । ଏଥିରେ ବ୍ୟକ୍ତିର ରୋଗ ନିରୂପଣ ଏବଂ ଔଷଧ ସେବନ ଲିପିବଦ୍ଧ ରହିବ । ଭବିଷ୍ୟତରେ କୌଣସି ରୋଗରେ ପୀଡିତ ହେଲେ ଏହି ପୁସ୍ତିକା ରୋଗୀ ସମ୍ବନ୍ଧୀରେ ସମସ୍ତ ତଥ୍ୟ ଜାଣିବା ପାଇଁ ଡାକ୍ତରଙ୍କୁ ସହାୟକ ହେବ । ଗଞ୍ଜାମ ଜିଲ୍ଲାର ସମସ୍ତ ଡାକ୍ତରଖାନା ଆକର୍ଷଣୀୟ କରିବା ପାଇଁ ଜିଲ୍ଲାପାଳ କହିଛନ୍ତି । ରୋଗୀ ଏବଂ ତାଙ୍କର ପରିବାର ମାନଙ୍କ ପାଇଁ ବୈଠକ ସ୍ଥଳ, ପାନୀୟ ଜଳ, ଶୌଚାଳୟ ଓ ପଙ୍ଖାର ଉପଯୁକ୍ତ ସୁବିଧା ରହିବ । ରୋଗୀ ଏବଂ ତାଙ୍କର ସହାୟକଙ୍କ ଖାଦ୍ୟପେୟର ସୁବ୍ୟବସ୍ଥା କରିବାକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଡାକ୍ତରଖାନା ପରିସରରେ ହୋଟେଲ କରିବାକୁ ଅନୁମତି ଦିଆଯିବ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଡାକ୍ତରଖାନାରେ ସିକ୍ୟୁରିଟି ଗାର୍ଡ ଭାବରେ ବେସରକାରୀ ସଂସ୍ଥା ଦ୍ୱାରା ନିଯୁକ୍ତ ହେବେ । ଡାକ୍ତରଖାନାକୁ ସ୍ଥାନୀୟ ତହସିଲଦାର, ବ୍ଲକ ଉନ୍ନୟନ ଅଧିକାରୀ, ପୁର୍ତ୍ତ ବିଭାଗ ଅଧିକାରୀ ଓ ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ସମୟାନ୍ତରେ ଗସ୍ତ କରି ସୁବିଧା ଅସୁବିଧା ବିଷୟରେ ସଂପୃକ୍ତ ଡାକ୍ତରଙ୍କ ସହ ଆଲୋଚନା କରିବେ । ମାତୃ ମୃତ୍ୟୁହାରକୁ ସଂପୂର୍ଣ୍ଣ ନିରାକରଣ କରିବା ପାଇଁ ଜିଲ୍ଲାପାଳ କହିଛନ୍ତି । ଶେରଗଡର ରୀନା ଖଣ୍ଡୁଆଳ ନାମକ ଜଣେ ମାତୃଙ୍କର ଶିଶୁ ଜନ୍ମ ପରେ ମୃତ୍ୟୁ ହୋଇଥିବାରୁ ଏହାର ତଦନ୍ତ ନିମନ୍ତେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଡାକ୍ତରଖାନାକୁ ଦାନ ସୂତ୍ରରେ ଆବଶ୍ୟକ ସାମଗ୍ରୀ ପ୍ରଦାନ କରିବାକୁ ସ୍ଥାନୀୟ ଜନସାଧାରଣଙ୍କୁ ଅନୁରୋଧ କରାଯିବ । ସିକିଲସେଲ ଆକ୍ରାନ୍ତ ରୋଗୀମାନଙ୍କୁ ଚିହ୍ନଟ କରି ଡାକ୍ତରଖାନାକୁ ଆଣିବା ପାଇଁ ଆଶାକର୍ମୀଙ୍କୁ କୁହାଯାଇଛି । ଡେଙ୍ଗୁ ରୋଗର ସଚେତନାକୁ ଅତ୍ୟଧିକ ବୃଦ୍ଧି କରିବା ପାଇଁ ଜିଲ୍ଲାପାଳ ସର୍ବାଧିକ ଗୁରୁତ୍ୱାରୋପ କରିଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆଇଏଏସ ଅଫିସର କିର୍ତ୍ତୀ ଭାସନ ଭି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିିକିତ୍ସାଧିକାରୀ ଡାକ୍ତର ଆର୍.ଜଗଦୀଶ୍ ପଟ୍ଟନାୟକ, ଡାକ୍ତର ଭି.ସରୋଜିନୀ ଦେବୀ, ଡାକ୍ତର ମନୋଜ କୁମାର ପଣ୍ଡା ଓ ଡାକ୍ତର ଅବନୀକାନ୍ତ ପାତ୍ର ଓ ଡିପିଏମ୍ ଶ୍ୟାମ ସୁନ୍ଦର ତ୍ରିପାଠୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ