ମହିଳା ସଂଗଠନ ଆକାଂକ୍ଷା ପକ୍ଷରୁ ବୃକ୍ଷ ରୋପଣ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲାର ଅଗ୍ରଣୀ ମହିଳା ସଂଗଠନ ଆକାଂକ୍ଷା ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାନେତ୍ରୀ ମୀନାକ୍ଷୀ ସାହୁଙ୍କ ସଭାପତିତ୍ୱରେ ‘ବୃକ୍ଷଟିଏ ଦେବି ଟିଏ’ ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ଜିଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯୋଗଦେଇ ପ୍ରଥମେ ଏକ ନିମ ବୃକ୍ଷ ରୋପଣ କରିଥିଲେ । ଓଡିଶାର ଇଷ୍ଟଦେବାତା ଜଗନ୍ନାଥ ପ୍ରଭୁ ଦାରୁଦେବତା ଭାବରେ ପରିଚିତ ହେଇଥିବାରୁ ନିମ ବୃକ୍ଷକୁ ଦୀପ ଧୂପ ମାଧ୍ୟମରେ ପୂଜାର୍ଚ୍ଚନା ମଧ୍ୟ କରାଯାଇଥିଲା । ମନୁଷ୍ୟ ଦୀର୍ଘ ବର୍ଷଧରି ଜୀବିତ ଓ ସୁସ୍ଥ ରହିବାକୁ ହେଲେ ପ୍ରତ୍ୟେକ ବ୍ୟକ୍ତି ବୃକ୍ଷ ରୋପଣ କରିବା ଆବଶ୍ୟକ ବୋଲି କୁହାଯାଇଥିଲା । ବୃକ୍ଷ ରୋପଣ ଦ୍ୱାରା ବାୟୁମଣ୍ଡଳର ଅମ୍ଳଜାନର ପରିମାଣ ସଠିକ ରହିବା ସହ ଏହା ମାନବ ସମାଜର ହିତ ସାଧନ କରିଥାଏ ବୋଲି ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ବ୍ୟକ୍ତି ଗଛ ଲଗାଇବା ସହ ତାର ରକ୍ଷଣା ବେକ୍ଷଣ କରିବା ଆବଶ୍ୟକ ବୋଲି ମଧ୍ୟ ଏହି କାର୍ଯ୍ୟକ୍ରମରେ କୁହାଯାଇଥିଲା । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଉପସଭାନେତ୍ରୀ ଅନିତା ମିଶ୍ର, ଗୀତାଞ୍ଜଳୀ ରଥ, ସୁଜାତା ପାଢୀ, ସୌଦାମିନୀ ମହାଙ୍କୁଡ, ମଞ୍ଜୁଳା ଚୌଧୁରୀ, ମୀନାକୁମାରୀ ଟହଲ, କୋଷାଧ୍ୟକ୍ଷ ତନୁଜା ଶତପଥି ପ୍ରମୁଖ ଉପସ୍ଥିତଥିଲେ ।