କୁମ୍ଭୀରକୁ ମାରି ଖାଇଗଲେ ଲୋକେ
ମାଲକାନାଗିରି, (ଓ୍ୱାଇଏନ୍ଏସ୍): ମାଲକାନଗିରି ଜିଲ୍ଲାରେ ଅଭାବନୀୟ ଚିତ୍ର । କୁମ୍ଭୀର କୁ ମାରି ଖାଇଗଲେ ଲୋକେ । ଏଭଳି କିଛି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ପଡିଆ ବ୍ଳକ କାଲଦାପାଲି ଗ୍ରାମରେ । ଗ୍ରାମର କିଛି ଲୋକ ଗତକାଲି ସବେରୀ ନଦୀରେ ଏକ କୁମ୍ଭୀର ଦେଖିଥିଲେ । ତେବେ କୁମ୍ଭୀର ଟିକୁ ଲୋକେ ତୁରନ୍ତ ଧରି ନେଇ ବାନ୍ଧି ଦେଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ଲୋକଙ୍କ ନୃଶଂସତା । ପ୍ରାୟ ଦସଫୁଟ ଲମ୍ଭର ଏହି କୁମ୍ଭୀରକୁ କାବୁ କରିବା ପରେ ଲୋକେ ତା ଆଙ୍ଗୁଠି କାଟିବା ସହ ଫଟୋ ଉତ୍ତଳନ କରିଥିଲେ । ଏବଂ ସୂଚନା ଅନୁଯାୟୀ ଅନେକ ଲୋକ ଏହି କୁମ୍ଭୀର ଟିକୁ କାଟି ମାଂସ ଖାଇଥିବାମଧ୍ୟ ଜଣାପଡ଼ିଛି । ତେବେ ଘଟଣା ପଦାକୁ ଆସିଥିବା ପରେ ସୁଦ୍ଧା ବର୍ତ୍ତମାନ ଯାଏଁ ବନ ବିଭାଗ କୌଣସି ପଦକ୍ଷେପ ନେଇନଥିବା ବେଳେ ଏହା ଲୋକଙ୍କ ଏକ ନିମ୍ନ ମାନସିକତା କୁ ପ୍ରକାଶ କରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।


