କରୋନା ପାଇଁ ଡିଜିଟାଲ ସାନିଟାଇଜର

କରୋନା ସଂକଟ ସମୟରେ ଦକ୍ଷିଣ କୋରିଆର ଏକ କମ୍ପାନୀ ଡିଜିଟାଲ ସାନିଟାଇଜର ପ୍ରସ୍ତୁତ କରିଛି । ଏହା ସହାୟତାରେ ସ୍ମାର୍ଟଫୋନର ଫ୍ଲାଶ ଲାଇଟ ଜରିଆରେ ମାତ୍ର ୧୦ ସେକେଣ୍ଡରେ କରୋନା ଭାଇରସ ଓ ଅନ୍ୟ ବ୍ୟାକ୍ଟେରିଆ ନଷ୍ଟ କରାଯାଇପାରିବ ବୋଲି କମ୍ପାନୀ ଦାବି କରିଛି । ଏହି ଡିଜିଟାଲ ସାନିଟାଇଜର ବାସ୍ତବରେ ଏକ ସ୍ୱତନ୍ତ୍ର ପ୍ରକାର ଯନ୍ତ୍ର । କମ୍ପାନୀର ନାମ ଅନୁସାରେ ଏହାର ନାମ ‘ଉଭଲେନ’ ରଖାଯାଇଛି । ଉଭଲେନରେ ଏକ କ୍ଲିପ ରହିଛି । ସେହି କ୍ଲିପ ସହାୟତାରେ ତାକୁ ସ୍ମାର୍ଟଫୋନର ପଛପଟେ ଫ୍ଲାଶ ଲାଇଟରେ ଲଗାଇବାକୁ ପଡ଼ିବ । ତା ପରେ ଫ୍ଲାଶ ଲାଇଟ ଅନ କରି କୌଣସି ଜିନିଷ ଉପରେ ୧୦ ସେକେଣ୍ଡ ଧରି ଫୋକସ କରିବାକୁ ହେବ । ଏହି ଯନ୍ତ୍ର ଫୋନର ଫ୍ଲାଶ ଲାଇଟକୁ ଅଲଟ୍ରାଭାଓଲେଟ ବା ଅତିବାଇଗଣୀ ରଶ୍ମିରେ ପରିଣତ କରିବ । ତେଣୁ ୧୦ ସେକେଣ୍ଡ ମଧ୍ୟରେ କରୋନା ଭାଇରସ ସମେତ ଅନ୍ୟ ବ୍ୟାକ୍ଟେରିଆ ନଷ୍ଟ ହୋଇଯି ବୋଲି କମ୍ପାନୀ ଦାବି କରୁଛି । ଖୁବ ଶୀଘ୍ର ଏହାର ବଜାର ପ୍ରବେଶ କରାଇବାକୁ କମ୍ପାନୀ ଲକ୍ଷ୍ୟ ରଖିଛି । ଏହାର ଦାମ ୧,୮୮୭ ଟଙ୍କା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ