ମହିଳାଙ୍କୁ ମାଡ ମାରିବା ନେଇ ମାମଲା

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ମାଡ ମାରିବା ସହ ଧର୍ଷଣ ଉଦ୍ୟମ କରାଯିବା ନେଇ ଥାନାରେ ମାମଲା ରୁଜ୍ଜୁ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ପୂର୍ବ ଶତୃତାକୁ କେନ୍ଦ୍ର କରି କିଛି ବ୍ୟକ୍ତି ଗ୍ରାମର ଜଣେ ମହିଳାଙ୍କୁ ମାଡ ମାରି ରକ୍ତାକ୍ତ କରିବା ସହ ଗାଁଦାଣ୍ଡରେ ଧର୍ଷଣ ଉଦ୍ୟମ ଓ ହତ୍ୟା ଧମକ ଦେଇଥିଲେ । ଏଥିସହ ସଂପୃକ୍ତ ମହିଳାଙ୍କ ପରିବାର ଲୋକଙ୍କୁ ସଂଘବଦ୍ଧ ଆକ୍ରମଣ କରି ଗୁରୁତର ଆହତ କରିବା ସହ ହତ୍ୟା ଧମକ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ କେସ ନଂ-୮୩/୨୦ ମୂଳେ ୧୦ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ