ପୋଲିସ ଗୁଳିରେ ୪ କ୍ୟାଡର ମାଓବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜଙ୍ଗଲରେ ପୁଣି ପୋଲିସ-ମାଓବାଦୀ ଗୁଳିବିନମୟ । କନ୍ଧମାଳ ଜିଲ୍ଲା ପୁଲିସର ଏସ୍‌ଓଜି ଓ ଡିଭିଏଫର ମିଳିତ ଆକ୍ରମଣରେ ୪ ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ଶନିବାର ରାତିରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଳକ ସିର୍ଲା ପଂଚାୟତର ବଙ୍ଗରୁ ପାହାଡ ଉପରେ ମିଳିତ ଟିମ୍ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଉଥିଲା । କିନ୍ତୁ ସର୍ଚ୍ଚ ଅପରେସନ ସମୟରେ ପୋଲିସ-ମାଓବାଦୀ ମୁହାମୁହିଁ ହୋଇଥିଲା । ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଯୁଗାବ୍ଦ ନ୍ୟୁଜ ତେବେ ମାଓବାଦୀ ମାନେ ଅଧିକ ସମୟ ପୁଲିସ୍ ର ମୁକାବିଲା କରି ନପାରି ଅନ୍ଧାରର ସୁଯୋଗରେ ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲ ମଧ୍ୟକୁ ଫେରାର ହୋଇଯାଥିଲେ। ରବିବାର ସକାଳୁ ଏସଓଜି ଟିମ୍ ସର୍ଚ୍ଚ କରି ଏକ ମାଓ କ୍ୟାମ୍ପ ଠାବ କରିବା ସହ ୪ ଜଣ ମାଓବାଦୀଙ୍କ ମୃତ ଶରୀର ଠାବ କରିଥିବା ସୂଚନା ମିଳିଛି । ଏଥିସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଜଙ୍ଗଲରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ସମ୍ପୂର୍ଣ୍ଣ ତଥ୍ୟ ଏପର୍ଯ୍ୟନ୍ତ ହସ୍ତଗତ ହୋଇ ନଥିବା ଏସପି ପ୍ରତିକ୍ ସିଂ ସୂଚନା ଦେଇଛନ୍ତି। ଯୁଗାବ୍ଦ ନ୍ୟୁଜ ସୂଚନା ଯୋଗ୍ୟ ଯେ ଆସନ୍ତା ୨୬ ତାରିଖରୁ ଜିଲ୍ଲାରେ କାର୍ଯ୍ୟ କରୁଥିବା ମାଓବାଦୀ ସଂଗଠନ କେକେବିଏନ ସହିଦ ସପ୍ତାହ ପାଳନ କରିବାକୁ ଯାଉଛି। ଏହି ଅବସରରେ ଜିଲ୍ଲାରେ ବଡ ଧରଣର ଅଘଟଣ ଘଟାଇବାର ଯୋଜନା ସଂଗଠନ କରିଛି। ଏଭଳି ସୂଚନା ପାଇବା ପରେ କନ୍ଧମାଳ ପୁଲିସ୍ ଜିଲ୍ଲା ରେ ଜୋରଦାର କୁମ୍ବିଂ ଅପରେସନ ଜାରି ରଖିଛି। ୪ ଦିନ ତଳେ ଫିରିଙ୍ଗିଆ ଜଙ୍ଗଲରେ କୁମ୍ବିଂ ଅପରେସନ ବେଳେ ଏକ ମାଓ କ୍ୟାମ୍ପ ଠାବ କରିବା ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା । କିନ୍ତୁ ଶିବିରରେ ଥିବା କ୍ୟାଡର ମାଓବାଦୀ ଦାସୁଲୁ, ଆକାଶ ପ୍ରମୁଖ ଫେରାର ହେବାରେ ସଫଳ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ