୩୧ ଯାଏଁ ବାହାର ଲୋକଙ୍କୁ ପୁରୀ ମନା

ପୁରୀ: ରବିବାରଠାରୁ ପୁରୀ ଜିଲ୍ଲାକୁ ବାହାର ଜିଲ୍ଲାର ଲୋକମାନେ ପ୍ରବେଶ କରିପାରିବେ ନାହିଁ । କୋଭିଡ ସଂକ୍ରମଣ ନିରାକରଣ ପାଇଁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏଭଳି କଟକଣା ଲାଗୁ କରାଯାଇଛି । ଜିଲ୍ଲାରେ ଜରୁରୀ କାମରେ ପ୍ରବେଶ କରିବାକୁ ହେଲେ ଅନୁମତି ଆବଶ୍ୟକ ହେବ । ଅତ୍ୟାବଶ୍ୟକ ସେବା କିମ୍ବା କାର୍ଯ୍ୟ ନଥିଲେ ପ୍ରବେଶ ଅନୁମତି ମିଳିବ ନାହିଁ । ଜିଲ୍ଲା ସୀମାର ପ୍ରବେଶ ପଥ ଗୁଡ଼ିକରେ ସ୍ୱତନ୍ତ୍ର ଭାବେ ଯାଞ୍ଚ ଟିମ୍ ନିୟୋଜିତ ହେବେ । ସେହିଭଳି ଅତ୍ୟାବଶ୍ୟକ ତଥା ଅତି ଜରୁରୀ କାମ ନ ଥିଲେ ପୁରୀ ଜିଲ୍ଲାବାସୀ ଜିଲ୍ଲା ବାହରକୁ ନ ଯିବା ପାଇଁ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପଡେ଼ାଶୀ ଜିଲ୍ଲା ଗୁଡ଼ିକରେ କୋଭିଡ ସଂକ୍ରମଣ ଭୟଙ୍କର ରୂପ ନେଇଥିବାରୁ ଏଭଳି କଟକଣା ଜାରି ହୋଇଥିବା କୁହାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ