ଉପଯୋଗହେବ ମାଇକ୍ରୋ ଡଟ୍ ଜ୍ଞାନ କୌଶଳ

• ଗାଡ଼ି ଚୋରି ଓ ନକଲି ସରଞ୍ଜାମ ବ୍ୟବହାର ଉପରେ ଲାଗିବ ଅଙ୍କୁଶ
• ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଚିଠା ବିଜ୍ଞପ୍ତିଜାରି
ମୋଟର ଯାନ, ଏହାର ଯନ୍ତ୍ରାଂଶ ଓ ସରଞ୍ଜାମରେ ସ୍ଥାୟୀ ଏବଂ ପ୍ରାୟତଃ ଅଦୃଶ୍ୟ ମାଇକ୍ରୋ ଡଟ ଲଗାଯିବ । ଏହି ଚିହ୍ନକୁ ମାଇକ୍ରୋ ସ୍କୋପ ଜରିଆରେ ପଢ଼ିହେବ ଏବଂ ଅତିବାଇଗଣି ଆଲୋକ ଜରିଆରେ ଚିହ୍ନଟ କରାଯାଇପାରିବ । ଏ ସଂକ୍ରାନ୍ତରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏକ ଚିଠା ବିଜ୍ଞପ୍ତି ଜିଏସଆର ୫୨୧ (ଇ) ଜାରି କରାଯାଇଛି । ବିଜ୍ଞପ୍ତି ଅନୁଯାୟୀ, କେନ୍ଦ୍ରୀୟ ମୋଟର ଯାନ ନିୟମରେ ସଂଶୋଧନ କରାଯାଇ ମାଇକ୍ରୋଡଟ ଲଗାଯିବ ।
ମାଇକ୍ରୋଡଟ ଜ୍ଞାନ କୌଶଳରେ କୌଣସି ମୋଟର ଯାନ କିମ୍ବା ଏହାର ଯନ୍ତ୍ରାଂଶରେ ତଥା ଅନ୍ୟ ମେସିନରେ ସ୍ପ୍ରେକରାଯାଇ ମାଇକ୍ରୋସ୍କୋପିକ ଡଟ ଅଙ୍କା ଯିବ । ଚିହ୍ନଟ କରିବା ଲାଗ ିଏହା ଏକ ଅଭିନବ ପ୍ରକ୍ରିୟା । ଏହି ଜ୍ଞାନ କୌଶଳର ଉପଯୋଗକରି ଗାଡ଼ି ଚୋରି ଏବ ଂମୋଟର ଯାନରେ ନକଲି ସରଞ୍ଜାମ ଓ ଯନ୍ତ୍ରାଂଶର ବ୍ୟବହାର ଉପରେ ଅଙ୍କୁ ଶଲଗାଯାଇ ପାରିବ ।
ଗାଡ଼ି ଏବଂ ଏହାର ସରଞ୍ଜାମ ତଥା ଯନ୍ତ୍ରାଂଶରେ ମାଇକ୍ରୋଡଟ ସ୍ଥାୟୀଭାବେ ଚିତ୍ରିତ ହୋଇଯିବ ଏବଂ ଏହାକ ୁଉକ୍ତସରଞ୍ଜାମ, ଯନ୍ତ୍ରାଂଶ ଏବଂ ଗାଡ଼ିକୁ ନଷ୍ଟ କରିବା ବିନା ଲିଭାଇବା ସମ୍ଭବହେବ ନାହିଁ । ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ମାଇକ୍ରୋଡଟ ଏଆଇଏସ ୧୫୫ର ସର୍ତ ଅନୁରୂପ ହେବା ଆବଶ୍ୟକ । ମନ୍ତ୍ରଣାଳୟ ପକ୍ଷରୁ ଚିଠା ବିଜ୍ଞପ୍ତିଉପରେ ୩୦ ଦିନ ମଧ୍ୟରେ ମତାମତା/ଆପତି ଅଭିଯୋଗ ଆହ୍ୱାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ