ଲୋକସଭାରେ ଉପଭୋକ୍ତା ସୁରକ୍ଷା ବିଲ ୨୦୧୯ ଗୃହୀତ

ନୂଆଦିଲ୍ଲୀ (ଏଜେନ୍ସି ): ଲୋକସଭାରେ ବିଧିବଧ ବିବେଚନା ଓ ଆଲୋଚନା ପରେ ଉପଭୋକ୍ତା ୨୦୧୯ ସୁରକ୍ଷା ବିଲ ଗୃହିତ ହୋଇଛି । ଏହି ଅବସରରେ କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ମନ୍ତ୍ରୀ ଶ୍ରୀ ରାମବିଳାସ ପାଶ୍ୱାନ କହିଥିଲେ ଯେ ଏହି ବିଲରେ ଉପଭୋକ୍ତାଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଗୁରୁତ୍ୱାରୋପ କରାଯାଇଛି । ଉପଭୋକ୍ତାଙ୍କ ବିବାଦର ସମୟୋପଯୋଗୀ ପରିଚାଳନା ଏବଂ ସମାଧାନ ଲାଗି କ୍ଷମତାପ୍ରାପ୍ତ ପ୍ରାଧିକରଣ ପ୍ରତିଷ୍ଠା ଏହି ବିଲର ଲକ୍ଷ୍ୟ । ଏହି ବିଲ ଆଗତ କରି କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଓସାହେବ ପାଟିଲ ଦାନଭେ କହିଥିଲେ ଯେ କେତେକ ନିୟମକୁ ସହଜ କରିବା ଏହି ବିଲର ଉଦ୍ଦେଶ୍ୟ । ଏହି ବିଲ ଗୃହୀତ ହେବା ଫଳରେ ଉପଭୋକ୍ତାମାନେ ଶୀଘ୍ର ନ୍ୟାୟ ପାଇପାରିବେ । କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ପ୍ରତିଷ୍ଠା ଲାଗି ଏହି ବିଲରେ ବ୍ୟବସ୍ଥା ରହିଛି । ଏହା ଉପଭୋକ୍ତାଙ୍କ ଅଧିକାରକୁ ପ୍ରୋତ୍ସାହିତ, ସୁରକ୍ଷିତ ଏବଂ କଡ଼ାକଡ଼ି ପାଳନ କରିବାରେ ସହାୟକ ହେବ । କ୍ଷମତାପ୍ରାପ୍ତ କର୍ତୃପକ୍ଷ ଉପଭୋକ୍ତାଙ୍କ ଅଭିଯୋଗର ତଦନ୍ତ, ପୁନଃଆହ୍ୱାନ, କ୍ଷତିପୂରଣ ଏବଂ ଜୋରିମାନ ଲାଗୁ କରିପାରିବେ । ଉପଭୋକ୍ତାଙ୍କ ଅଧିକାର ଉଲ୍ଲଙ୍ଘନ, ଅସ୍ୱଚ୍ଛ ବାଣିଜ୍ୟ କାରବାର ଏବଂ ବିଭ୍ରାନ୍ତିକାରୀ ବିଜ୍ଞାପନ ବିରୋଧରେ କର୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ଉପଭୋକ୍ତାଙ୍କ ଅଧିକାର ଯେପରି ଉଲ୍ଲଙ୍ଘନ ନହୁଏ ତାହା ସୁନିଶ୍ଚିତ କରିବା ଲାଗି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ବ୍ୟବସ୍ଥା ମଧ୍ୟ ବିଲରେ ରହିଛି । ବିଭ୍ରାନ୍ତିକର କିମ୍ବା ମିଥ୍ୟା ବିଜ୍ଞାପନ ଲାଗି ଉତ୍ପାଦନକାରୀ ଏବଂ ପ୍ରୋତ୍ସାହକଙ୍କ ବିରୋଧରେ ୧୦ ଲକ୍ଷ ଟଙ୍କାର ଜୋରିମାନ କିମ୍ବା ୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶର କରିପାରିବାର କ୍ଷମତା ଏହି ବିଲ୍ କ୍ଷମତାପ୍ରାପ୍ତ ପ୍ରାଧିକରଣକୁ ପ୍ରଦାନ କରିବ । ବର୍ତମାନ ଉପଭୋକ୍ତାଙ୍କ ନିକଟରେ ନ୍ୟାୟର ଏକମାତ୍ର ମାର୍ଗ ରହିଛି, ଯାହା ସମୟ ସାପେକ୍ଷ । କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ଜରିଆରେ ବିବାଦର ତ୍ୱରିତ ସମାଧାନ ଲାଗି ବିଲରେ ବ୍ୟବସ୍ଥା ରହିଛି । ଉପଭୋକ୍ତା ଆୟୋଗଙ୍କ ନିକଟରେ ଅଭିଯୋଗ ଦାଖଲ କରିବା ଏବଂ ନ୍ୟାୟିକ ପ୍ରକ୍ରିୟାର ସରଳୀକରଣ ପାଇଁ ମଧ୍ୟ ଏଥିରେ ବ୍ୟବସ୍ଥା କରାଯାଇଛି । ମଧ୍ୟସ୍ଥତା ମାଧ୍ୟମରେ ଆଗୁଆ ସମାଧାନ ବ୍ୟବସ୍ଥା ମଧ୍ୟ ରହିଛି । ଇ-କମର୍ସ ଓ ଡାଇରେକ୍ଟ ସେଲିଂ ଭଳି ନୂଆ ଉପଭୋକ୍ତା ମାମଲାର ସମାଧାନ ଲାଗି ବିଲ୍ରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ