ଗରୁଡ଼ଗାଁ ପଞ୍ଚାୟତରେ ୪8 ସ୍ଵାବ ପରୀକ୍ଷା ପାଇଁ ପଠାଗଲା

ଟାଙ୍ଗି-ଚୌଦ୍ୱାର, (ଦୀପକ୍ କୁମାର ବେଉରା) : କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଗରୁଡ଼ଗାଁ ପଂଚାୟତ କରୋନା ଆକ୍ରାନ୍ତ ଙ୍କ ସମ୍ପର୍ଶ୍ୱରେ ଆସିଥିବା  ୪୮ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଗଲା ।ଆଜି ସ୍ବାସ୍ତ୍ୟ ବିଭାଗର ଏକ ସ୍ୱତନ୍ତ୍ର ଦଳ ଗରୁଡ଼ଗାଁ ପ୍ରାଥମିକ ବିଦ୍ୟାଳୟ ରେ ଏକ ସ୍ୱତନ୍ତ୍ର ଶିବିର କରିଏହି ୪୮ଜଣଙ୍କ ସ୍ୱାବ ସଂଗ୍ରହ କରି ଟେଷ୍ଟ ନିମନ୍ତେ ପଠାଇଛନ୍ତି ବୋଲି ସରପଞ୍ଚ ସୁବୋଧ କୁମାର ସାମଲ ସୂଚନା ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ   କାର୍ଯ୍ୟରତ ଜଣେ ଯୁବକ କରୋନା ପଜେଟିଭ ଚିହ୍ନଟ ହେବା ପରେ ପଞ୍ଚାୟତକୁ ସରପଞ୍ଚ  ସଟଡାଉନ ଘୋଷଣା କରିଛନ୍ତି । ଆଜି ସଂକ୍ରମିତ ବ୍ୟକ୍ତିଙ୍କ ପରିବାର, ସମ୍ପର୍କୀୟଓ ସଂକ୍ରମିତଙ୍କ ସମ୍ପର୍କରେ ଆସିଥିବା ୪୮ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇଛି । ସ୍ୱାବ ସଂଗ୍ରହ କରାଯାଇଥିବା ଲୋକଙ୍କୁ ଗୃହ ସଂଗରୋଧ ରେ ରହିବାକୁ କୁହାଯାଇଛି । ପ୍ରାଥମିକ ପର୍ଯ୍ୟାୟ ରେ ଏମାନଙ୍କ ସ୍ୱାବ ରିପୋର୍ଟ ଆସିବା ପରେ ଆବଶ୍ୟକ ହେଲେ  କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଇ ଅନ୍ୟ ମାନଙ୍କ ସ୍ୱାବ ସଂଗ୍ରହ କରାଯିବ ବୋଲି ଜଣାପଡିଛି । ଏହି ଘଟଣାରେ ପଂଚାୟତବାସୀ ଭୟଭୀତ ନହେବାକୁ ତଥା  ମିଥ୍ୟା ପ୍ରଚାରରେ ବିଶ୍ୱାସ ନକରିବାକୁ ସରପଞ୍ଚ ଅନୁରୋଧ କରିଛନ୍ତି । ସମସ୍ତେ ସାମାଜିକ ଦୂରତା ସହ ସମସ୍ତ କୋବିଦ ନିୟମ ମାନି ଚାଳିବାକୁ ମଧ୍ୟ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ