ଅସ୍ତପ୍ରାୟ ସାମ୍ବାଦିକତା ଓ ଗଣ ଯୋଗଯୋଗ ବିଭାଗ

ବ୍ରହ୍ମପୁର, (ଅନିଲ କୁମାର):ଦିନେ ବହୁତ ସୁନାମ ଅର୍ଜନ କରି ଥିବା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ସାମ୍ବାଦିକତା ଓ ଗଣଯୋଗ ବିଭାଗ ଏବେ ଭୁଶୁଡ଼ି ବାକୁ ବସିଛି। ଦିନ ଥିଲା ଏହି ବିଭାଗ ବହୁ ଛାତ୍ରଛାତ୍ରୀ ଙ୍କୁ ଓଡ଼ିଶାର ବିଭିନ୍ନ ସଂସ୍ଥା ମାନକୁ ଉଚ୍ଚ ମାନର ଖବରଦାତା ( ସାମ୍ବାଦିକ ଓ ସାମ୍ବାଦିକା) ପ୍ରଦାନ କରି ଥିବା ବେଳେ ଏବେ ଏହା ନିଜର ଅସ୍ତିତ୍ଵ ହରାଇ ବାକୁ ବସିଲାଣି। ସମ୍ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି ଏହି ବିଭାଗର। ପିଲା ମାନେ ଆଡ଼ମିସିନ କରିଥିବାରୁ ବର୍ତ୍ତମାନ ନାହିଁ ନଥିବା ଅସୁବିଧାର ର ସମ୍ମୁଖୀନ ହେଉଛନ୍ତି । କିଛି ଦିନ ତଳେ ନୂତନ କୁଳପତି ଯୋଗ ଦାନ କରି ନୂତନ ଅଧ୍ୟାପକ ଯୋଗ ଦେବେ ବୋଲି ପ୍ରତିଶୃତି ଦେଇ ଥିଲେ । ହେଲେ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତି ରେ ହିଁ ଆଜି ଯାଏ ରହିଗଲା।ସବୁଠାରୁ ବଡ କଥା ହେଲା ପ୍ରଶିକ୍ଷଣ ଗୃହ ଓ କ୍ୟାମେରା ସବୁ ଥିଲେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ କୌଣସି ଶିକ୍ଷା ଦିଆଯାଉ ନାହିଁ । ଯାହାକୁ ନେଇ ନୂତନ ପିଲା ଆଡ଼ମିସନରୁ ମୁହଁ ଫେରାଇ ନେଉଛନ୍ତି। କୋରନା ମହାମାରୀ ସମୟରେ ନୂତନ ଭାବେ ଇତିହାସ ବିଭାଗର ଜଣେ ଅଧ୍ୟାପକ ଙ୍କୁ ସହଯୋଗୀ ଅଧ୍ୟାପକ ଭାବେ ନିଯୁକ୍ତି ଦିଆଯାଇଛି । ପୂର୍ବରୁ ଦୁଇଜଣ ଠିକା ଅଧ୍ୟାପକ ଥିବା ବେଳେ ସେମାନଙ୍କ କାର୍ଯ୍ୟକାଳ ସରିଯାଇ ଥିବାରୁ ପୁର୍ନର ନିଯୁକ୍ତି ମିଳିନାହିଁ। ଏ ଭିତରେ ସରକାରୀ ନିୟମ ଅନୁସାରେ ପିଲାମାନେ ଅନଲାଇନ ରେ ପାଠ ପଢିବେ। କିନ୍ତୁ ସମସ୍ତ ଛାତ୍ରଛାତ୍ରୀ ପ୍ରାୟ ଗ୍ରାମାଞ୍ଚଳର ହୋଇଥିବାରୁ ଗ୍ରାମରେ ଅନଲାଇନ ଶିକ୍ଷା ବ୍ୟବସ୍ଥା ପାଇଁ ସ୍ଥିର ଇଣ୍ଟେର୍ନେଟ କୌଣସି ପ୍ରକାର ବ୍ୟବସ୍ଥା ନାହିଁ । ଫଳରେ ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀ କେମିତି ପାଠ ପଢିବେ ସେ ନେଇ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ କୌଣସି ବ୍ୟବସ୍ଥା ଗ୍ରହଣ କରି ନାହାନ୍ତି। ଫଳରେ ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି ଯେ ଦ୍ୱିତୀୟ ସେମିଷ୍ଟର ରେ କୋରନା ପାଇଁ ପାଠ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ସିଧାସଳଖ ତୁର୍ତୀୟ ସେମିଷ୍ଟରର କ୍ଲାସ ଅନଲାଇନ ରେ କରିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଦ୍ୱିତୀୟ ସେମିଷ୍ଟରରେ ସବୁ ପ୍ରଶିକ୍ଷଣ କ୍ଲାସ ଥିବା ବେଳେ ଛାତ୍ରଛାତ୍ରୀ ମାନେ ବର୍ତ୍ତମାନ ସୁଦ୍ଧା କିଛି ଅଧ୍ୟାୟନ କରିନାହାନ୍ତି। ଫଳରେ ଏଭଳିଆ ପାଠ ପଢି କିଛି ଲାଭ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ତୁର୍ତୀୟ ସେମିଷ୍ଟରରେ ଇଣ୍ଟରସିପ ଥିବାରୁ ସେମାନେ କେଉଁ ଅନୁଷ୍ଠାନ କୁ ଗଲେ ପ୍ରଶିକ୍ଷଣ ନେବେ ସେ ନେଇ ଅନିଶ୍ଚିତତା ଘେରରେ ଅଛନ୍ତି । ତେଣୁ କୁଳପତି ଏ ଦିଗ ଉପରେ ଅନୁଧ୍ୟାନ କରିବାକୁ ଛାତ୍ରଛାତ୍ରୀ ମାନେ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ