ଦୁନିଆକୁ ଆଲୋକ ଦେଖାଇଲେ ଦୃଷ୍ଟିବାଧିତ ବିଦ୍ୟାର୍ଥି

ଭୁବନେଶ୍ୱର,: (ଯୁଗାବ୍ଦ ନ୍ୟୁଜ୍) ସେମାନଙ୍କ ଆଖିରୁ ସିନା ହଜି ଯାଇଛି ଜ୍ୟୋତି, ହେଲେ ଦୁନିଆକୁ ଆଲୋକିତ ପାଇଁ ସେମାନେ ଦେଖାଉଛନ୍ତି ନିଷ୍ଠା । ଦୃଷ୍ଟିବାଧିତ ସତ୍ତେ୍ୱ ଗାଁ ଓ ସମାଜ ପାଇଁ କିଛି ଗୋଟାଏ କରିବାର ମାନସିିକତା ରଖିଥିବା ଏଭଳି ନିଆରା ବିଦ୍ୟାର୍ଥି ମାନଙ୍କୁ ଚିହ୍ନଟ କରିଛନ୍ତି ଜଣେ ଯୁବ ତଥା ଦାୟିତ୍ୱବାନ ଶିକ୍ଷକ ଓ ସାମାଜିକ କର୍ମୀ ତ୍ରିଲୋଚନ ବେଉରା ଓରଫ୍ ମାନସ । ମାନସ ଘରକୁ ଘର ବୁଲି ଶିକ୍ଷାଦାନର ସୁଯୋଗ ପାଉନଥିବା ଦୃଷ୍ଟିବାଧିତ କିଶୋରମାନଙ୍କୁ ଏକାଠି କରି ଶିକ୍ଷାର ସୁଯୋଗ ଦେଇଥାଆନ୍ତି । ପାଠ ସହ ସମତାଳରେ ସମାଜସେବା, କ୍ରୀଡ଼ା, ବ୍ୟାୟାମ ଓ ଅନ୍ୟାନ୍ୟ ଦକ୍ଷତା ହାସଲ ଦିଗରେ ମାନସଙ୍କ ପ୍ରୟାସ ଜାରି ରହିଥାଏ । ନିକଟରେ ଫନି ବାତ୍ୟାରେ ଉଜୁଡ଼ି ଯାଇଥିବା ସବୁଜିମା ଫେରାଇ ଆଣିବା ପାଇଁ ଚିନ୍ତା ପ୍ରକଟ କରାଯାଇ ଦୃଷ୍ଟିବାଧିତ ଏହି ବିଦ୍ୟାର୍ଥିମାନେ ବିହନ ପିଣ୍ଡୁଳା ଜରିଆରେ ଚନ୍ଦକା ଜଙ୍ଗଲର ଘଞ୍ଚତା ଫେରାଇ ଆଣିବା ପାଇଁ ବାରଙ୍ଗସ୍ଥିତ କନକ ଦୁର୍ଗା ମନ୍ଦିର ଠାରେ ଉଦ୍ୟମ ଆରମ୍ଭ କରିଛନ୍ତି । ଭୁବନେଶ୍ୱରର ଜଣାଶୁଣା ସମାଜସେବୀ ସୁଶାନ୍ତ ସାହୁ ବିଦ୍ୟାର୍ଥିମାନଙ୍କୁ ବିହନ ପିଣ୍ଡୁଳା ପ୍ରସ୍ତୁତିର ପ୍ରଶିକ୍ଷଣ ଦେବା ପରେ ସେମାନେ ବିଭିନ୍ନ ପ୍ରକାର ମଞ୍ଜିକୁ ମାଟି, ଖତ ଓ ଜୈବିକ କୀଟନାଶକ ଉପ•ରରେ ପେଣ୍ଡୁଳା ଆକାରରେ ଗଢିଥିଲେ । ଏବେ ଏହି ବିହନ ପିଣ୍ଡୁଳା ଗୁଡ଼ିକ ଚନ୍ଦକା ଜଙ୍ଗଲର ବୃକ୍ଷଶୂନ୍ୟ ଫାଙ୍କା ଜାଗାରେ ନିକ୍ଷେପ ପାଇଁ ପ୍ରସ୍ତୁତ ହୋଇ ରଖାଯାଇଥିବା ଜଣାଯାଇଛି । ଦୃଷ୍ଟିବାଧିତ ଏହି ପିଲାମାନେ ସିନା ସବୁଜିମା ଦେଖିପାରିବେ ନାହିଁ କିନ୍ତୁ ଅନ୍ୟମାନଙ୍କ ଖୁସିରୁ ଯେଉଁ ଖୁସି ପାଇବେ ତାହା ବାସ୍ତବିକ ଅନାବିଳ ଖୁସି ବୋଲି ପ୍ରତିକ୍ରିୟା ରଖିଛନ୍ତି ସମାଜସେବୀ ଶ୍ରୀ ସାହୁ । ବିହନ ପିଣ୍ଡୁଳା ପ୍ରସ୍ତୁତିର କାର୍ଯ୍ୟକ୍ରମକୁ ପ୍ରିୟବ୍ରତ ପଣ୍ଡା, ପ୍ରଦୀପ୍ତ ରଞ୍ଜନ ରାଉତ, ଦୀପକ କୁମାର ସ୍ୱାଇଁ ପ୍ରମୁଖ ପରି•ଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ