ଜୁସ୍ ଦିଏ ରୋଗରୁ ମୁକ୍ତି
ଏବେ ବଜାରରେ ବହୁ ଖରାଦିନିଆ ଫଳ ସବୁ ଉପଲବ୍ଧ । ଡାକ୍ତରମାନଙ୍କ କହିବା ଅନୁସାରେ ଋତୁ ଅନୁଯାୟୀ ଫଳ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ଏମିତି ଅନେକ ଫଳ ରସ ଅଛି ଯାହାକୁ ପିଇବା ଦ୍ୱାରା ଅନେକ ଫାଇଦା ମିଳେ । ଚାଲନ୍ତୁ ସେପରି କିଛି ଫଳରସ (ଜୁସ) ସମ୍ପର୍କରେ ଆଜି ଜାଣିବା ।
ଆପଣଙ୍କର ସ୍ମୃତିଶକ୍ତି ବଢ଼ାଇବା ପାଇଁ ଆପଣ ଡାଳିମ୍ବ, ବିଟ୍ ଓ ଅଙ୍ଗୁର ରସ ପିଅନ୍ତୁ । ଏହା ଦ୍ୱାରା ଦୃଷ୍ଟି ଜନୀତ ସମସ୍ୟା ଦୂର ହେବ ।
ବଦହଜମି ଦୋଷ ଥିଲେ ଆପଣଙ୍କ ପାଇଁ ସପୁରି, ଗାଜର ଓ ଲେମ୍ବୁ ଖୁବ୍ ଭଲ ।
ଯଦି ଦୁଃଖ ବା ଅବସାଦରେ ଥିବା ପରି ଲାଗୁଛି ତେବେ ଆପଣ ଷ୍ଟ୍ରବେରି, ନାସପାତି ଓ କଦଳୀ ରସ ପିଅନ୍ତୁ ।
କୋଷ୍ଠକାଠିନ୍ୟ ପାଇଁ ଗାଜର, ସେଓ ଓ ବନ୍ଧାକୋବି ରସ ଖୁବ ଭଲ ।
ଅଲସର ପାଇଁ ଗାଜର, ସେଓ ଓ ଜୁଆରି ପତ୍ର ରସ ଭଲ କାମ କରିଥାଏ ।
କିଡନୀ ଷ୍ଟୋନ୍ ଭଲ କରିବା ପାଇଁ ଗାଜର, ତରଭୁଜ, କାକୁଡି ଓ ଧନିଆ ପତ୍ର ରସ ଖୁବ ଭଲ ହୋଇଥାଏ ।
ଥଣ୍ଡା କମାଇବା ପାଇଁ ଗାଜର, ସପୁରୀ କିମ୍ବା ଧନିଆ ରସ ପିଅନ୍ତୁ ।
ଶ୍ୱାସ ଥିଲେ ଗାଜର ପାଳଙ୍ଗ ଓ ସେଓ ରସୁଣ ରସ ଖୁବ ଭଲ ।
ମଧୁମେହ ରୋଗୀଙ୍କ ପାଇଁ ଗାଜର, ପାଳଙ୍ଗ ଓ ଜୁଆଣି ପତ୍ର ରସ ଖୁବ୍ ଭଲ ।
ମୁଣ୍ଡବିନ୍ଧା କମାଇବା ପାଇଁ ଆପଣ ସେଓ, କାକୁଡି, ଜୁଆଣି ପତ୍ର, ଅଦା ଓ ବନ୍ଧାକୋବି ରସ ପିଇପାରନ୍ତି ।