ଭଞ୍ଜନଗର ସମ୍ବାଦ ସାହିତ୍ୟ ଘର ପକ୍ଷରୁ ସ୍ୱର୍ଗତ ଅମୂଲ୍ୟ ଦାସଙ୍କ ଶୋକସଭା

(ଯୁଗାବ୍ଦ ନ୍ୟୁଜ୍)-ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସମ୍ବାଦ ସାହିତ୍ୟ ଘର ପକ୍ଷରୁ କ୍ଷତ୍ରୀୟବରପ୍ରୁ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଗୋବରା ସମ୍ବାଦ ସାହିତ୍ୟଘର ଉପଦେଷ୍ଟା ସ୍ବର୍ଗତ ଅମୂଲ୍ୟ ଦାସଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ ହୋଇଛି। ସାହିତ୍ୟଘର ସଭାପତି ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋଇସଭାରେ ସ୍ବର୍ଗତ ଶ୍ରୀ ଦାସଙ୍କୁ ସ୍ମୃତିଚାରଣା ସହ ତାଙ୍କର କର୍ମମୟ ଜୀବନୀ,ଛାତ୍ର ବତ୍ସଳତା,ସମାଜ ପ୍ରତି ଥିବା ତାଙ୍କର ଅବଦାନ ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ। ସମାଜ ପ୍ରତି ଥିବା ଉଲ୍ଲେଖନୀୟ ଅବଦାନ ପାଇଁ ସ୍ବର୍ଗତ ଶ୍ରୀ ଦାସ ବିଭିନ୍ନ ଜାତୀୟ ଓ ରାଜ୍ୟ ପୁରସ୍କାର ହାସଲ କରିଥିଲେ । ସ୍ବର୍ଗତ ଦାସ ଛାତ୍ର ଛାତ୍ରୀଙ୍କ ସଫଳତା ପାଇଁ ହାତକୁ ନେଇଥିବା ବହୁ କାର‌୍ୟ୍ୟକ୍ରମ ବର୍ତ୍ତମାନ ସମସ୍ତଙ୍କ ପାଇ ପ୍ରେରଣା ପାଲଟିଛି। ରୋଟାରୀ କ୍ଲବର ସଭାପତି ଭାରତୀୟ ଜ୍ଞାନ ବିଜ୍ଞାନ ସମିତିର ସଦସ୍ୟ ପଦରେ ରହିବା ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସ୍ବେଚ୍ଛାସେବୀ ସଙ୍ଗଠନ ସହ ଜଡ଼ିତ ରହି ସମାଜରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଗୋବରା ସମ୍ବାଦ ସାହିତ୍ୟ ଘରର ଉପଦେଷ୍ଟା ଭାବେ ମଧ୍ୟ ସେହି ଅଞ୍ଚଳରେ ସାହିତ୍ୟ କ୍ଷେତ୍ରକୁ ପ୍ରସାର କରିବା ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ଅତିଥି ମାନେ ବକ୍ତବ୍ୟରେ ପ୍ରକାଶ କରିଥିଲେ।ଏହି ସ୍ମୃତି ସଭାରେ ଉପଦେଷ୍ଟା କୃତିବାସ ବିଶ୍ଵାଳ,ସହ ସମ୍ପାଦକ ଡ଼ ଗୁରୂମୂର୍ତ୍ତି ନାୟକ, କୋଷାଧ୍ୟକ୍ଷ ପଦ୍ମନାଭ ପ୍ରଧାନ, ସଙ୍ଗଠନ ସମ୍ପାଦକ ତଥା ଜିଲ୍ଲା ପ୍ରତିନିଧି ଜ୍ଞାନଚାନ୍ଦ ଜଗନ୍ନାଥ ପ୍ରମୁଖ ମଞ୍ଚାସୀନ ଥିଲେ। ସମ୍ପାଦକ ସନ୍ତୋଷ କୁମାର ଜେନା ପରିଚାଳନା କରିଥିବା ବେଳେ ପ୍ରଭାକର ମହାପାତ୍ର, ଶୂଳପାଣୀ ଶତପଥୀ,ଜଗବନ୍ଧୁ ଜେନା,ରବି ନାରାୟଣ ମହାନ୍ତି,ସୁରେଶ ସ୍ବାଇଁ, ଜ୍ୟୋତ୍ସ୍ନା କୁମାରୀ ଦେବୀ, ଅଶୋକ ସ୍ୱାଇଁ ନିଜର ଅନୁଭୂତିକୁ ପ୍ରକାଶ କରିଥିଲେ। ଏଥିରେ ଡ଼ା ସିମଞ୍ଚଳ ପତି, ଦୁର୍ଗାମାଧବ ଦାଶ, ବିଶ୍ବମ୍ବର ଜେନା, ପ୍ରଦୀପ କୁମାର ପାତ୍ର, ଶ୍ରବଣ ଗୌଡ, ପବିତ୍ର ମୋହନ ପ୍ରଧାନ ଓ ଦେବରାଜ ଷଡ଼ଙ୍ଗୀ ପ୍ରମୁଖ ସ୍ବର୍ଗତ ଶ୍ରୀ ଦାସଙ୍କ ଫଟୋ ଚିତ୍ରରେ ପୁଷ୍ପ ପ୍ରଦାନ କରିବା ସହ ସ୍ମୃତି ଚାରଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ